ଧାନମଣ୍ଡିରେ ବିଭିନ୍ନ ସମସ୍ୟାକୁ ନେଇ ତେଜିଲା ରାଜନୀତି । ବିଜେପି କହିଲା, ‘କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛନ୍ତି ସରକାର’

129

କନକ ବ୍ୟୁରୋ: ରାଜ୍ୟରେ ମଣ୍ଡିରେ ଚାଷୀଙ୍କ ଧାନ ବିକ୍ରିରେ ହେଉଥିବା ଏକାଧିକ ସମସ୍ୟାକୁ ନେଇ ତେଜିଲା ରାଜନୀତି । ଧାନ ବିକ୍ରି କରିବାକୁ ଚାଷୀଙ୍କୁ ସରକାର ଭୂଆଁ ବୁଲାଉଥିବାରୁ ବର୍ଷିଛନ୍ତି ବିଜେପି ନେତା ।

ମଣ୍ଡିରେ ଧାନ ଆଦୌ ବିକ୍ରି ହେଉନାହିଁ । ଧାନର ଏମଏସପି ୨୦୪୦ ଟଙ୍କା କିନ୍ତୁ ଚାଷୀଙ୍କୁ ୧୫୦୦ ଟଙ୍କାରେ ଧାନ ବିକ୍ରି କରିବାକୁ ବାଧ୍ୟ କରାଯାଉଛି । ସରକାର ମିଲର ମାନଙ୍କର ଏଜେଣ୍ଟ ସାଜିଛନ୍ତି । ଧାନବସ୍ତାରୁ ୫ କେଜି ପର୍ଯ୍ୟନ୍ତ କଟନି ଛଟନି ପରେ ଡଷ୍ଟ, ମୋଏଷ୍ଟର, ଏଫକ୍ୟୁ ମାନର ଆଳ ଦେଖାଇ ଧାନର ଦର କମ କରାଯାଉଛି । ଏ ସରକାର ମୂକ, ବଧିର ପାଲଟିଯାଇଛି । ସରକାର କୁମ୍ଭକର୍ଣ୍ଣ ନିଦରେ ଶୋଇଛନ୍ତି, ତାଙ୍କୁ ଶୁଣାଯାଉନାହିଁ ବୋଲି କହିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ।

ସୂଚନା ମୁତାବକ, ଆସନ୍ତା ଗତକାଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଢେଙ୍କାନାଳ ଓ ସମ୍ବଲପୁର ଗସ୍ତ କରି ଲୋକସଭାର କର୍ମକର୍ତ୍ତାଙ୍କ ସହ ମିଶିି ଭିସି ମାଧ୍ୟମରେ କଥା ହୋଇଛନ୍ତି । ତେବେ ରାଜ୍ୟବାସୀ କେନ୍ଦ୍ର ସରକାରଙ୍କ ଯେଉଁ ସବୁ ଯୋଜନାର ସୁଫଳ ପାଉଛନ୍ତି ତା’ଉପରେ ବିଜେଡି ସରକାର ନିଜର ମୋହର ଲଗାଇ ଯେଉଁ ବାହାବା ନେଉଛି ତାକୁ ଟାର୍ଗେଟ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।

ପ୍ରଧାନମନ୍ତ୍ରୀ ଆବାସ ପାଇନଥିବା ଯୋଗ୍ୟ ହିତାଧିକାରୀଙ୍କ ପାଇଁ ବିଜେପି ଆନ୍ଦୋଳନ କରିବ । ମାଗଣାରେ ଯୋଗାଉଥିବା ୫ କେଜି ଚାଉଳ ପାଇଁ କେନ୍ଦ୍ର ସରକାରଙ୍କୁ ଧନବାଦ ଦେବା ସହ ସବୁ ଡିଷ୍ଟ୍ରିବ୍ୟୁସନ୍ ସେଣ୍ଟରରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବ୍ୟାନର ଲଗାଇବାକୁ ନିଷ୍ପତ୍ତି ନେଇଛି ବିଜେପି ।