ହ୍ୟୁମାନଙ୍କ ଜୀବନରେ କିଏ ସେହି ଯୁବତୀ ? ଅଭିଯୋଗ ଆଣିଲେ ଶ୍ୱଶୁର ଶ୍ରୀକାନ୍ତ ମିଶ୍ର

748

କନକ ବ୍ୟୁରୋ : ହ୍ୟୁମାନ ସାଗରଙ୍କ ସମ୍ପର୍କରେ ଥିବା କିଏ ସେହି ଯୁବତୀ ? ଅନ୍ୟ ଜଣେ ଯୁବତୀଙ୍କ ସହ ସମ୍ପର୍କ ଥିବା ଅଭିଯୋଗ ଆଣିଲେ ହ୍ୟୁମାନଙ୍କ ଶ୍ୱଶୁର । ଶ୍ୱଶୁର ଶ୍ରୀକାନ୍ତ ମିଶ୍ର କହିଲେ, ଯୁବତୀଙ୍କ ସହ ସମ୍ପର୍କ ଥିବା ଶୁଣିବାକୁ ମିଳୁଛି । ତେବେ ଅନ୍ୟ ଜଣେ ଯୁବତୀଙ୍କ ସମ୍ପର୍କରେ ଆସିବାରୁ ବିଗିଡିଗଲା କି ହ୍ୟୁମାନଙ୍କ ସଂସାର ? ୫ମାସ ହେଲା କାହିଁକି ହ୍ୟୁମାନଙ୍କ ଘର ଛାଡି ଅଲଗା ରହୁଥିଲେ ପତ୍ନୀ ଶ୍ରୀୟା ? ଘର ଛାଡିବା ପଛରେ ଥିଲା କି ସ୍ୱାମୀଙ୍କ ପରକୀୟା ପ୍ରୀତି ?

ଶ୍ରୀକାନ୍ତ ମିଶ୍ର ଆହୁରି ମଧ୍ୟ କହିଛନ୍ତି, ହ୍ୟୁମାନଙ୍କ ମା’ ଆମକୁ ଦୁର୍ବ୍ୟବହାର କରୁଥିଲେ । ଅଧିକ ଯୌତୁକ ଦାବି କରୁଥିଲେ ହ୍ୟୁମାନ । ଏପରିକି ଧର୍ମ ପରିବର୍ତ୍ତନକୁ ହ୍ୟୁମାନଙ୍କ ପରିବାର ବାଧ୍ୟ କରୁଥିଲେ । ସବୁଠାରୁ ବଡ କଥା ହେଉଛି ହ୍ୟୁମାନଙ୍କ ଅନ୍ୟ କାହା ସହ ସମ୍ପର୍କ ଥିବା ଶୁଣିବାକୁ ମିଳୁଛି । ରିୟଲିଟି ସୋ’ରୁ ଭଲ ପାଇ ଉଭୟ ବିବାହ କରିଥିଲେ । ସମସ୍ୟା ସମାଧାନ ପାଇଁ ବାରମ୍ବାର ଚେଷ୍ଟା କରିଥିଲୁ । ଆଲୋଚନା କରିଥିଲେ ବି କିଛି ସଫଳ ହେଲାନି । ସମାଧାନ ହେଲେ ବି ଝିଅର ଭବିଷ୍ୟତକୁ ଦେଖି ଡର ଲାଗୁଛି । ଏବେ ଯାହା ନିଷ୍ପତ୍ତି ନେବେ ଶ୍ରୀୟା ନେବେ । ଶ୍ରୀୟାଙ୍କ ନିଷ୍ପତ୍ତି ଉପରେ ଆମେ ଛାଡିଛୁ । ଆଇନ ଓ ଈଶ୍ୱରଙ୍କ ଉପରେ ଭରସା ଅଛି ।