ସାଧାରଣ ଲୋକଙ୍କୁ କେମିତି ପ୍ରଧାନମନ୍ତ୍ରୀ ଆବାସ ମିଳିବ ଆନ୍ଦୋଳନ କରିବ ବିଜେପି, ୩ଟି ଅଫିସକୁ କରିବ ଅଚଳ : ଜୟ ନାରାୟଣ ମିଶ୍ର

234

କନକ ବ୍ୟୁରୋ : ପଞ୍ଚାୟତ ଅଫିସ ଓ ବ୍ଲକ ଅଫିସ, ପିଡି-ଡିଆରଡିଏ ଅଫିସ ଦୁର୍ନୀତିର ଗନ୍ତାଘର, ଏହି ୩ଟି ଅଫିସକୁ ଅଚଳ କରିବ ବିଜେପି । ୨୨ ତାରିଖରେ ବସିବ ବିଜେପି ରାଜ୍ୟ କାର୍ୟ୍ୟକାରିଣୀ ବୈଠକ । କାର୍ୟ୍ୟକାରିଣୀରେ ଆନ୍ଦୋଳନ ନେଇ ନିଷ୍ପତ୍ତି ହେବ । ପଞ୍ଚାୟତ ସ୍ତରରେ ଉଠିବ ଆବାସ ଦୁର୍ନୀତି ପ୍ରସଙ୍ଗ । ଆବାସ ପ୍ରସଙ୍ଗରେ ଆନ୍ଦୋଳନ ଆରମ୍ଭ କରିଛି ବିଜେପି । ୨୨ ତାରିଖ ପରେ ବ୍ୟାପକ ହେବ ଆନ୍ଦୋଳନ ।

ରାଜ୍ୟ ସରକାରଙ୍କ ବିଜ୍ଞାପନରେ ପ୍ରଚାର ପ୍ରସଙ୍ଗରେ ବର୍ଷିଲେ ଜୟ ନାରାୟଣ, ଏହା ହୀନମାନ୍ୟତା । ଓଡିଶା ସରକାରଙ୍କ ନିମ୍ନ ବୁଦ୍ଧି ଏବଂ ହୀନ ମାନସିକତାର ପରିଚୟ । ଓଡିଶାରେ ଆଦୌ ଗ୍ରାମ ସଭା, ପଲ୍ଲୀ ସଭା ହେଉ ନାହିଁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହୁଛନ୍ତି ଆଇନ ତା ବାଟରେ ଯିବ । ହେଲେ ଆଇନ ସବୁବେଳେ ଅବାଟରେ ଯାଉନାହିଁ । ଯାହାର କୋଠା ଅଛି ତାଙ୍କୁ ପକ୍କାଘର ମିଳୁଛି, କିନ୍ତୁ ଝୁମ୍ପୁଡିରେ ରହୁଥିବା ଗରିବଙ୍କୁ ମିଳୁନାହିଁ । ଏହା ଓଡିଶାର ସବୁଠୁ ବଡ଼ ଦୁର୍ଭାଗ୍ୟ ।

୨୦୨୨ ସୁଦ୍ଧା ସମସ୍ତଙ୍କୁ ଘର ଯୋଗାଇବା ପାଇଁ ଲକ୍ଷ୍ୟ ଥିଲା କିନ୍ତୁ ଆଜି ଯାଏଁ ହୋଇପାରିଲା ନାହିଁ । ଏବେ କହିବେ ଯେ କେନ୍ଦ୍ର ଦେଉନାହିଁ । ତେବେ ରାଜ୍ୟ କେତେ ଲିଷ୍ଟ ପଠାଇଥିଲା,କେନ୍ଦ୍ର କେତେ ଦେଲା ସରକାର ସାର୍ବଜନୀନ କରନ୍ତୁ ବିଭାଗୀୟ ମନ୍ତ୍ରୀ ଡାହା ମିଛ କହୁଛନ୍ତି ।

ବିଜେପି ଦାବି କରୁଛି, ଯୋଗ୍ୟ ଲୋକ ଘର ପାଉ । ଯାହାର ଘର ନାହିଁ ତାକୁ ଘର ମିଳୁ । ଯାହାର ପଟ୍ଟା ନାହିଁ ତାଙ୍କୁ ପଟ୍ଟା ଦିଆଯାଉ । ସହରାଞ୍ଚଳରେ ମଧ୍ୟ ଯାହାର ପଟ୍ଟା ନାହିଁ ତାଙ୍କୁ ପଟ୍ଟା ଦିଆଯାଉ । ବମ୍ବେ ଭଳି ଆପର୍ଟମେଣ୍ଟ କରି ବସ୍ତି ବାସିନ୍ଦାଙ୍କୁ ଥଇଥାନ କରାଯାଉ ବୋଲି ପ୍ରସ୍ତାବ ଦେଇଛି ବୋଲି କହିଲେ ଜୟ ନାରାୟଣ ମିଶ୍ର ।