ଅବହେଳାରୁ ଅଘଟଣ ! ଭୁବନେଶ୍ୱର ପଳାଶୁଣି ନିର୍ମାଣଧୀନ ଓଭରବ୍ରିଜ ଭୁଶୁଡିବା ଘଟଣାରେ ମାମଲା ରୁଜୁ କଲା କମିଶନରେଟ ପୋଲିସ

30

କନକ ବ୍ୟୁରୋ : ଅବହେଳାରୁ ବଡ ଅଘଟଣ । ଭୁବନେଶ୍ୱର ପଳାଶୁଣି ନିର୍ମାଣଧୀନ ଓଭରବ୍ରିଜ ଭୁଶୁଡିବା ଘଟଣାର ତଦନ୍ତ ଆଜିଠାରୁ ଆରମ୍ଭ ହେବ । ଭୁବନେଶ୍ୱରର ଜନଗହଳିପୂର୍ଣ୍ଣ ପୁରୀ-କଟକ ରୋଡରେ ସହିଦନଗର-ପଳାଶୁଣି ଓଭରବ୍ରିଜ ଭୁଷୁଡିବା ଫଳରେ ଜଣକର ମୃତ୍ୟୁ ହେବା ସହ ଅନେକ ଆହତ ହୋଇଥିଲେ । ଉଦ୍ଧାର କାମ ପାଇଁ ପ୍ରାୟ ୭ ଘଂଟାର ଅପରେସନ କରାଯାଇଥିଲା । ଘଟଣା ପରେ ପୋଲିସ ମାମଲା ରୁଜୁ କରିଛି । ଘଟଣା ପରେ ଦୁଇଜଣ ଯନ୍ତ୍ରୀଙ୍କୁ ବି ନିଲମ୍ବିତ କରାଯାଇଛି । ଗତକାଲି ମଧାହ୍ନରେ ନିର୍ମାଣଧୀନ ପଳାଶୁଣି ଓଭରବ୍ରିଜ ଭୁଷୁଡିପଡିଥିଲା । ଢଳେଇ ହେଉଥିବାବେଳେ ହଠାତ୍ ଛାତ ଭୁଷୁଡିପଡିଥିଲା ଏଥିରେ ଅନେକ ଦବିଯାଇଥିଲା । ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ସରକାର ।

ଅବହେଳାରୁ ଉଜୁଡିଗଲା ଗୋଟିଏ ପରିବାରର ସଂସାର । ଅନେକ ଆହତ ମଧ୍ୟ ହୋଇଛନ୍ତି । ବଡ ପ୍ରଶ୍ନ ଏହି ଘଟଣା ପାଇଣଁ ଦାୟୀ କିଏ ହେବ ? ପୋଲିସ ମାମଲା ରୁଜୁ କରିଛି । କିନ୍ତୁ ବଡ ପ୍ରଶ୍ନ ଉଠୁଛି ପୋଲିସ ଅଭିଯୁକ୍ତକୁ ଗିରଫ କରିବ କି । ଉଚ୍ଚସ୍ତରୀୟ ତଦନ୍ତ କରି ସରକାର ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ କି । ଠିକଦାରୀ ସଂସ୍ଥା ଓ ଦାୟିତ୍ୱରେ ଥିବା ଯନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ କି । କୁହାଯାଉଛି ଦୁର୍ବଳ ଢଳେଇ ଯୋଗୁଁ ଏଭଳି ଘଟଣା ଘଟିଲା । କିନ୍ତୁ ବଡ ପ୍ରଶ୍ନ ହେଲା ଢଳେଇ ପୂର୍ବରୁ ଠିକ ଯାଂଚ ହୋଇନଥିଲା କାହିଁକି । ଗୋଟିଏ ପକ୍ଷେ କହିବାକୁ ଗଲେ ଅବହେଳାରୁ ଏଭଳି ଘଟିଛି ତେଣୁ ଏହାକୁ ମନୃଷ୍ୟକୃତ କୁହାନଯିବ କାହିଁକି ।

ଦୁର୍ଘଟଣା ଆହତ ବ୍ୟକ୍ତିଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଗଲା । ଏପରିକି ମୁଖ୍ୟମନ୍ତ୍ରୀ ସେମାନଙ୍କ ଚିକିତ୍ସା ବ୍ୟବସ୍ଥା ସରକାର କରିବେ ବୋଲି ଘୋଷଣା ମଧ୍ୟ କଲେ । କିନ୍ତୁ ଯେପରି ଅବସ୍ଥାରେ ଡାକ୍ତରଖାନାରେ ଆହତ ରହିଥିଲେ ତାହା ଦୁଃଖଦାୟକ ଥିଲା ବୋଲି ଅଭିଯୋଗ ଆଣିଛନ୍ତି କିଛି ସ୍ୱେଚ୍ଛାସେବୀ । ସାଲାଇନ୍ ବଦଳାଇବା ପାଇଁ ସ୍ୱାସ୍ଥ୍ୟ କର୍ମୀ ନାହାନ୍ତି । ଏହି କାମ କରୁଛନ୍ତି ଦାୟିତ୍ୱରେ ଥିବା ସୁରକ୍ଷା କର୍ମୀ । ଏପରିକି ଆହତଙ୍କୁ ସଠିକ ଢଙ୍ଗରେ ଡ୍ରେସିଂ ମଧ୍ୟ କରାଯାଇ ନଥିବା ନଜରକୁ ଆସିଥିଲା । ସ୍ୱେଚ୍ଛାସେବୀଙ୍କ ଅଭିଯୋଗ ପରେ ସ୍ୱାସ୍ଥ୍ୟକର୍ମୀ ଡ୍ରେସିଂ କରିବାକୁ ଆସୁଛନ୍ତି । ସବୁଠାରୁ ଦୁର୍ଭାଗ୍ୟର ବିଷୟ, ଏ ଆହତମାନେ ଦୂରଦୂରାନ୍ତରୁ ଆସିଥିବା ଶ୍ରମିକ । କିନ୍ତୁ ଏତେ ବଡ ଦୁର୍ଘଟଣା ପରେ ବି ତାଙ୍କ ପରିବାର ଲୋକଙ୍କୁ ସୂଚନା ଟିକିଏ ଦେବାକୁ କେହି ଉଚିତ ମଣି ନାହାନ୍ତି ବୋଲି ଅଭିଯୋଗ କରିଛନ୍ତି ସ୍ୱେଚ୍ଛାସେବୀ ।

ବମିଖାଲ ବ୍ରିଜ ଭୁଷୁଡିବା ଘଟଣାରେ ପ୍ରାଣ ହରାଇଛନ୍ତି ସତ୍ୟବ୍ରତ ପଟ୍ଟନାୟକ । କଟକ ସ୍ଥିତ ବାସଭବନରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଛି । ସତ୍ୟବ୍ରତଙ୍କ ମୃତ୍ୟୁର ଖବର ପରିବାର ବର୍ଗ ଟିଭିରୁ ଜାଣିବାକୁ ପାଇଥିଲେ । ଘଟଣାସ୍ଥଳରୁ ପୋଲିସ ପକ୍ଷରୁ ତାଙ୍କ ପରିବାରକୁ ଏସଂର୍ପକରେ ଜଣାଯାଇନଥିଲା ବୋଲି ତାଙ୍କ ସଂର୍ପକୀୟ ଅଭିଯୋଗ କରିଛନ୍ତି । ଅନ୍ୟପଟେ ଭୁବନେଶ୍ୱର ଭଳି ଯାଗାରେ ସବୁ ନେତା, ପୋଲିସ ଏବଂ ବଡ ବଡ ଅଧରକାରୀ ଥିବା ସତ୍ୱେ ଏଭଳି ବେପରୁଆ ଢଙ୍ଗରେ ପୋଲ ନିର୍ମାଣ ଯୋଗୁଁ ଗୋଟିଏ ପରିବାର ବେସାହାର ହୋଇଯାଇଛି । ବାପା ସତ୍ୟବ୍ରତ ଆରପାରିକୁ ଚାଲି ଯାଇଥିବାଳେ ଝିଅ ଶିତଲ ଏବେ ଜୀବନ ସହ ସଂଗ୍ରାମ କରୁଛି । ଭୁବନେଶ୍ୱର ଏମ୍ସର ଆଇସିୟୁରେ ଅଛି ଶିତଲ । ସ୍ୱାମୀଙ୍କ ବିୟୋଗ ସାଙ୍ଗକୁ ଝିଅର ଏଭଳି ଅବସ୍ଥାରେ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି ସତ୍ୟବ୍ରତଙ୍କ ସ୍ତ୍ରୀ । ଏହି ମୃତ୍ୟୁରେ ପ୍ରଶାସନିକ ଅବହେଳା ମଧ୍ୟ କେତେକାଂଶରେ ଦାୟୀ ବୋଲି ଅଭିଯୋଗ ଆଣିଛନ୍ତି ପରିବାରବର୍ଗ ।

ଦୁଇ ଦିନର ବିରତି ପରେ ଆଜି ପୁଣି ଥରେ ଆରମ୍ଭ ହେବାକୁ ଯାଉଛି ମୌସୁମୀ ଅଧିବେସନ । ଆଜିର ବିଧାନସଭାରେ ବମିଖାଲ ଫ୍ଲାଏଓଭର ପ୍ରସଂଗ ଉଠାଇପାରେ ବିରୋଧୀ ଦଳ । ଆଉ ଏହାକୁ ନେଇ ଗୃହ ସରଗରମ ରହିପାରେ । ବିରୋଧୀ ଦଳ ମୁଖ୍ୟମନ୍ତ୍ରୀଙ୍କ ଅଧିନରେ ପୁର୍ତ୍ତ ବିଭାଗ ଆସୁଥିବାରୁ ସିଧାସଳଖ ଟାର୍ଗେଟ କରିଛନ୍ତି ।

ସୂଚନାଯୋଗ୍ୟ ୨୦୧୨ ମସିହାରେ ବମିଖାଲ-ସହିଦନଗର ଓଭରବ୍ରିଜର କାମ ଆରମ୍ଭ ହୋଇଥିଲା । କିନ୍ତୁ ୫bridge collapsed ବର୍ଷ ପରେ ବି କାମ ସରିଲାନି । ଏବେ ସ୍ଥିତି ଏଭଳି ଯେ କାମ କେବେ ସରିବ ତାର ଗ୍ୟାରେଣ୍ଟି କେହି ଦେଇପାରିବେ ନାହିଁ । ଏହି ଓଭରବ୍ରିଜ କାମ ପ୍ରକୃତ ପକ୍ଷେ ୨୦୧୦ରୁ ଆରମ୍ଭ ହୋଇ ୨୦୧୩ ମସିହାରେ ସରିବାର ଥିଲା । ଏଥିପାଇଁ ୧୪. ୭୨୨୪ କୋଟି ବ୍ୟୟବରାଦ ହୋଇଥିଲା । ହେଲେ କାମ ଆରମ୍ଭ ହେଲା ୨୦୧୨ରେ । କିନ୍ତୁ କାମ ସରିଲା ନାହିଁ । ୧୪ କୋଟିର ଖର୍ଚ ଅଟଳଳ ୨୮ କୋଟିରେ ପଂହଚିଲା । ଏବେ ଏହାକୁ ସାରିବାର ଲକ୍ଷ୍ୟ ରଖାଯାଇଥିଲା ୨୦୧୮ ମାର୍ଚ । ଅଧିକାରୀଙ୍କ ଯୁକ୍ତି ହେଲା ଜମି ଅଧିଗ୍ରହଣ ଓ ଡିଜାଇନରେ ପରିବର୍ତ୍ତନ ଯୋଗୁଁ କାମର ବିଳମ୍ବ ହେଉଛି । କିନ୍ତୁ ବଡ ପ୍ରଶ୍ନ ଉଠୁଛି ଡିଜାଇନରେ ବାରମ୍ବାର ପରବର୍ତ୍ତନ ହେଲା କାହିଁକି ? ଓଭରବ୍ରିଜ ପାଇଁ ୭୫ଟି ସ୍ପାନ ରହିଛି । ଲେବୁଲ କ୍ରସିଂରୁ ରସୁଲଗାଡ ଯାଏଁ ୩୯ରୁ ୩୩ଟି ସ୍ପାନ କାମ ସରିଥିବାବେଳେ ଆଉ ୬ଟି ବାଗକି ରହିଛି । କଳ୍ପନା ପଟୁ ଏବେ କାମ ଆରମ୍ଭ ହୋଇଛି ।