ବନ୍ଦ ଘରୁ ଦମ୍ପତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର : ଘଟଣାସ୍ଥଳରେ ପୋଲିସର ତଦନ୍ତ ଜାରି

184

କନକ ବ୍ୟୁରୋ : ବନ୍ଦ ଘରୁ ଝୁଲନ୍ତା ଅବସ୍ଥାରେ ମିଳିଲା ମୃତଦେହ । ଟାଙ୍ଗୀ ମାନପୁର ପାଟଣାରେ ଅଘଟଣ । ଦମ୍ପତି ରଶି ଦେଇ ଆତ୍ମହତ୍ୟା କରିଥିବା କୁହାଯାଉଛି । ମୃତ ଦମ୍ପତି ହେଲେ ଦୁର୍ଗାଚରଣ ପୃଷ୍ଟି ଓ ତାଙ୍କ ପତ୍ନୀ ମାମିନା ପୃଷ୍ଟି । ଉଭୟ ପାମ୍ପଡ଼ ବ୍ୟବସାୟ କରି ଚଳୁଥିଲେ । କବାଟ ଭାଙ୍ଗି ଅତିରିକ୍ତ ତହସିଲଦାରଙ୍କ ଉପସ୍ଥିତିରେ ପୋଲିସ୍ ଜବକୁ ଜବତ କରିଛି । ଏହାସହ ଅଧିକ ଅନୁସନ୍ଧାନ ଚଳାଇଛି । ଫରେନ୍ସିକ ଟିମ୍ ଆସି ଯାଞ୍ଚ କରିବାକୁ ପୋଲିସ୍ କହିଛି ।