ପୋଲିସ ଡିଜି ସୁନିଲ ବଂଶଲଙ୍କ ପ୍ରେସମିଟ୍। କହିଲେ, କିଛି ତଥ୍ୟ ଆସିଛି, ଆଉ କିଛି ତଥ୍ୟ ଆସିବାକୁ ସମୟ ଲାଗିବ ।

323

କନକ ବ୍ୟୁରୋ: ନବ ଦାସଙ୍କ ମୃତ୍ୟୁ ନେଇ ଡିଜି ସୁନିଲ ବଂଶଲଙ୍କ ପ୍ରେସମିଟ୍ । ଡିଜି କହିଛନ୍ତି ଏ ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଛି । ବର୍ତ୍ତମାନ ଘଟଣାର ତଦନ୍ତ କ୍ରାଇମବ୍ରାଞ୍ଚ କରୁଛି । ନିଜେ ଏଡିଜି ଅରୁଣ ବୋଥ୍ରାଙ୍କ ତତ୍ତ୍ୱାବଧାନରେ ଚାଲିଛି ତଦନ୍ତ । ସିବିଆଇରେ କାମ କରିବାରେ ତାଙ୍କର ଅଭିଜ୍ଞତା ରହିଛି । ଦେଶର ଜଣେ ଭଲ ତଦନ୍ତକାରୀ ଅଫିସର ତେଣୁ ଏହା ପଛରେ ଥିବା ରହସ୍ୟ ସେ ନିହାତି ଖୋଜି ବାହାର କରିବେ । ତଦନ୍ତର ତଦାରଖ ଜଣେ ଅବସରପ୍ରାପ୍ତ ଜଜ କରୁଛନ୍ତି । କିଛି ତଥ୍ୟ ଆସିଛି, ଆଉ କିଛି ତଥ୍ୟ ଆସିବାକୁ ସମୟ ଲାଗିବ । ପୂରା ତଥ୍ୟ ଜାଣିବାକୁ ଫରେନ୍ସିକ ଲାବରୋଟାରୀ ସହ ଯୋଗାଯୋଗ କରିଛୁ । ଭଲ ତଦନ୍ତ ପାଇଁ ଯାହା ଟିମ ଆବଶ୍ୟକ ତାହା ଆସିବ । ଫରେନ୍ସିକ ରିପୋର୍ଟ ନ ଆସିବା ଯାଏଁ କିଛି କହିବା ଠିକ୍ ହେବନାହିଁ ।

ତେବେ କେଉଁ ଦିଗରେ ତଦନ୍ତ ଆଗଉଛି ତାହା ଉପରେ ଧ୍ୟାନ ରଖିଛୁ । ଜଷ୍ଟିସ ଦାସ ତଦନ୍ତର ତଦାରଖ କରୁଛନ୍ତି । ଯେଉଁ ପୋଲିସ ଅଧିକାରୀ ଥିଲେ ସେମାନଙ୍କୁ ବଦଳି କରାଯାଇଛି । ମନ୍ତ୍ରୀଙ୍କ ପିଏସଓଙ୍କ ପ୍ରାଥମିକତା ହେଲା ସୁରକ୍ଷା ଦେବା କିନ୍ତୁ ସେ ସେଥିରେ ବିଫଳ ହେଲେ । ଏ ଘଟଣାର ଯେଉଁଭଳି ପୁନରାବୃତ୍ତି ନହୁଏ ସେଥିପାଇଁ ପଦକ୍ଷେପ ନେଇଛୁ । କେହି ଭାବିନଥିବେ ଯାହା ସେଦିନ ଘଟିଯାଇଥିଲା । ଯାହା ପ୍ରମାଣ ମିଳିବ ତାକୁ ନେଇ ତଦନ୍ତ ଆଗେଇବ । କଣ ତଦନ୍ତ ଆସୁଛି ତାହା ଉପରେ ନଜର ରଖିଛୁ । ଯାହା ଆମେ ଦେଖିପାରିନେ ତାହାକୁ ନେଇ ତଦନ୍ତ ଚାଲିଛି । କଣ ଉଦ୍ଦେଶ୍ୟ ରଖି ଗୋପାଳ ହତ୍ୟା କରିଛି ସେଥିପାଇଁ ତଦନ୍ତ ଚାଲିଛି ।