ପୁଲିସକୁ ମିଳିଲେ ଆଲବମ୍ ଅଭିନେତ୍ରୀ ସିମରନଙ୍କ ସ୍ୱାମୀ ! କହିଲେ ଘଟଣା ପଛରେ ମୋର ହାତ ନାହିଁ

770

କନକ ବ୍ୟୁରୋ : ପୋଲିସକୁ ମିଳିଲେ ସିମରନଙ୍କ ସ୍ୱାମୀ ।  ସମ୍ବଲପୁରୀ ଆଲବମ ଅଭିନେତ୍ରୀ  ସିମରନଙ୍କ ମୃତ୍ୟୁ ଘଟଣାରେ ସ୍ୱାମୀ ରଞ୍ଜୁ ସୁନାକୁ ପୋଲିସ ଉଠାଇ ନେଇ ଅଟକ ରଖିଛି । ଏହାପରେ ତଦନ୍ତ ଜୋରଦାର ହୋଇଛି । ଗତକାଲି ସମ୍ବଲପୁରର ମହନଦୀ ବ୍ରିଜ ତଳେ ସିମରନଙ୍କ ମୃତଦେହ ମିଳିଥିଲା । ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଥିବାବେଳେ ପୋଲିସ  ଅଧିକ ତନାଘନା କରୁଛି ।

ସେପଟେ  ମୃତ୍ୟୁଘଟଣା  ନେଇ ମୁହଁ ଖୋଲିଛନ୍ତି ରଞ୍ଜୁ ସୁନା । ମୃତ୍ୟୁ ଘଟଣାରେ ତାଙ୍କ କୌଣସି ଭୂମିକା ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି । ସିମରନଙ୍କ  ପରିବାର ଲୋକେ ଆଣିଥିବା ଅଭିଯୋଗ ବି ସତ ନୁହେଁ ବୋଲି କହିଚନ୍ତି ରଞ୍ଜୁ ସୁନା ।  ସେ କହିଛନ୍ତି, ଘରୁ ଚାଲିଯିବା ପରେ ସିମରନଙ୍କ ସହ ତାଙ୍କର କୌଣସି ସମ୍ପର୍କ ନଥିଲା ।  ସିମରନ ଏହାପୂର୍ବରୁ ମଧ୍ୟ  ଆତ୍ମହତ୍ୟା ପାଇଁ ଉଦ୍ୟମ କରିଥିଲେ ତାଙ୍କୁ ବୁଝାଯାଇଥିଲା । ତେବେ ତାଙ୍କର ହତ୍ୟା ହୋଇଛି କି ସେ ଆତ୍ମହତ୍ୟା କରିଛନ୍ତି ସେ ବିଷୟରେ ସେ କିଛି ଜାଣନ୍ତି ନାହିଁ ବୋଲି କହିଚନ୍ତି ସିମରନଙ୍କ ସ୍ୱାମୀ ।