କର୍ଣ୍ଣାଟକ ନିର୍ବାଚନୀ ପ୍ରଚାରରେ ହନୁମାନଙ୍କୁ ନେଇ ତେଜିଲା ରାଜନୀତି, ମୋଦୀ କହିଲେ ପୂର୍ବରୁ ଶ୍ରୀରାମ ଆଉ ଏବେ ହନୁମାନଙ୍କ ଭକ୍ତ ଉପରେ କଟକଣା ଲଗାଇବା ବ୍ୟବସ୍ଥା କରୁଛି କଂଗ୍ରେସ

189

କନକ ବ୍ୟୁରୋ : କର୍ଣ୍ଣାଟକ ନିର୍ବାଚନ ପାଇଁ କଂଗ୍ରେସର ଇସ୍ତାହାର ପତ୍ରକୁ ନେଇ ବର୍ଷିଲେ ମୋଦୀ । କର୍ଣ୍ଣାଟକ ଜନସଭାକୁ ସମ୍ବୋଧିତ କଲା ବେଳେ କଂଗ୍ରେସ ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ । ମୋଦୀ କହିଛନ୍ତି, ପ୍ରଥମେ ପ୍ରଭୁ ଶ୍ରୀରାମଙ୍କୁ ନେଇ କଂଗ୍ରେସର ଅସୁବିଧା ହେଉଥିଲା, ଆଉ ଏବେ ଜୟ ବଜରଙ୍ଗୀ କହୁଥିବା ଲୋକଙ୍କୁ ମଧ୍ୟ ସେମାନେ ଘୃଣା କରୁଛନ୍ତି । କାରଣ କଂଗ୍ରେସ ତାର ଘୋଷଣା ପତ୍ରରେ ବଜରଙ୍ଗ ଦଳ, ପିଏଫଆଇ ଭଳି ସଙ୍ଗଠନକୁ ବନ୍ଦ କରିବାକୁ ଘୋଷଣା କରିଛନ୍ତି । ପୂର୍ବରୁ କଂଗ୍ରେସକୁ ପ୍ରଭୁ ଶ୍ରୀରାମ ଅଡୁଆ ଲାଗୁଥିବା ବେଳେ ଏବେ ଜୟବଜରଙ୍ଗୀ କହୁଥିବା ବ୍ୟକ୍ତି ମଧ୍ୟ ଅଡୁଆ ଲାଗୁଛି ।