ୟୁକ୍ରେନରେ ପ୍ରାଣ ହରାଇଥିବା ଛାତ୍ରଙ୍କ ପରିବାର ସହ କଥାହେଲେ ପ୍ରଧାନମନ୍ତ୍ରୀ,ଦୁଃଖ ପ୍ରକାଶ କରି ଜଣାଇଲେ ସମବେଦନା

232

କନକ ବ୍ୟୁରୋ : ଋଷ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଏବେ ୬ ଦିନରେ ପହଂଚିଛିି । ଏବେ ଋଷ ସେନା ପକ୍ଷରୁ ୟୁକ୍ରେନର ରାଜଧାନୀ କ୍ୱିବି ଉପରେ ଜୋରଦାର ଆକ୍ରମଣ କରାଯାଉଛି । ଏହାରି ମଧ୍ୟରେ ଋଷସେନା ଗୁଳିରେ ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁକୁ ନେଇ ବିବାଦ ବଢିଛି ।

କର୍ଣ୍ଣାଟକର ନବୀନ ନାମକ ଜଣେ ଯୁବକ ୟୁକ୍ରେନରେ ରହି ମେଡିକାଲ ପଢୁଥିବା ବେଳେ ଏହି ଯୁଦ୍ଧ ମଧ୍ୟରେ ପ୍ରାଣ ହରାଇଛନ୍ତି । ଏହି ଖବର ପାଇବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୃତ ନବୀନଙ୍କ ପରିବାର ଲୋକଙ୍କ ସହ କଥା ହେବା ସହ ସମବେଦନା ଜଣାଇଛନ୍ତି ।

କହିରଖୁ କି ୟୁକ୍ରେନରେ ୨୦ ହଜାରରୁ ଅଧିକ ଭାରତୀୟ ଛାତ୍ର ମେଡିକାଲ ପଢିବାକୁ ସେଠାରେ ରହିଛନ୍ତି । ଯୁଦ୍ଧ ଆରମ୍ଭରୁ ଏପର୍ଯ୍ୟନ୍ତ ୯ ଟି ବିମାନରେ ସେମାନଙ୍କ ମଧ୍ୟରୁ କିଛି ଛାତ୍ରଙ୍କୁ ଭାରତ ସରକାର ଫେରାଇ ଆଣିବାରେ ସଫଳ ହୋଇଥିବା ବେଳେ ଏବେ ବି ହଜାର ହଜାର ଭାରତୀୟ ସେଠାରେ ଫଶି ରହିଛନ୍ତି । ଏନେଇ କେନ୍ଦ୍ର ସରକାର ସେମାନଙ୍କୁ ଫେରାଇ ଆଣିବାକୁ ପ୍ରୟାସ ଜାରି ରଖିଥିବା ବେଳେ କ୍ୱିବି ଛାଡି ପଳାଇ ଯିବାକୁ ଭାରତ ସରକାରଙ୍କ ପକ୍ଷରୁ ସେମାନଙ୍କ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି । ହେଲେ ଚାରିଆଡେ ଗୁଳି ଗୋଳା ଭିତରେ ଛାତ୍ରଛାତ୍ରୀମାନେ ଏବେ କେଉଁଠି ବଙ୍କର ତ କେଉଁଠି ରେଳ ଷ୍ଟେସନ ଭିତରେ ଆଶ୍ରୟ ନେଇଥିବା ଦେଖିବାକୁ ମିଳିଛି ।