ଗୋଟିଏ ଦିନରେ ଦୁଇଟି ସ୍ଥାନରେ ଦୁର୍ଘଟଣା: ଚାଲିଗଲା ୧୧ ଜଣଙ୍କ ଜୀବନ

130

କନକ ବ୍ୟୁରୋ: ନୂଆପଡ଼ା ସଦର ବ୍ଲକ ସୁନସୁନିଆ ନିକଟରେ ସଡ଼କ ଦୁର୍ଘଟଣା । ଜଣେ ନାବାଳକ ସହ ୫ଜଣଙ୍କର ମୃତ୍ୟୁ । ନୃସିଂହନାଥଙ୍କ ଦର୍ଶନ ସାରି ଫେରୁଥିବା ବେଳେ ଏଭଳି ଦୁର୍ଘଟଣା ଘଟିଛି । ସମସ୍ତେ ପଡ଼ୋଶୀ ରାଜ୍ୟ ଛତିଶଗଡ଼ ମହାସମୁଦ ଅଂଚଳର ବାସିନ୍ଦା ବୋଲି ଜଣାପଡ଼ିଛି । ଘଟଣା ସ୍ଥଳରେ ନୂଆପଡ଼ା ପୋଲିସ ପହଂଚି ଗୁରୁତରଙ୍କୁ ଉଦ୍ଧାର କରିଛି ।

ଅନୁଗୁଳ ପାଲଲହଡ଼ାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଟ୍ରକ ସହ କାର ଧକ୍କା ଯୋଗୁଁ ଘଟଣାସ୍ଥଳରେ ୫ ଜଣଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁସାର ବିଳମ୍ବିତ ରାତିରେ ନିର୍ବାଚନ କାମ ସାରି ଫେରୁଥିବା ବେଳେ ଟ୍ରକ ପଛପଟୁ ଧକ୍କା ଦେଇଥିଲା କାର । ଘଟଣା ସ୍ଥଳରେ ହିଁ ୫ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ସମସ୍ତ ହେଲେ ଥାନା ଇଂଜିଡି ଗାଁର । ଘଟଣା ସ୍ଥଳରେ ପୋଲିସ ପହଂଚି ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ଇଂଜିଡି ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।