ୱାର ମେମୋରିଆଲରେ ପ୍ରଧାନମନ୍ତ୍ରୀ : ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ନରେନ୍ଦ୍ର ମୋଦୀ

57

କନକ ବ୍ୟୁରୋ : କର୍ତ୍ତବ୍ୟପଥରେ ପହଞ୍ଚିବା ପୂର୍ବରୁ ୱାର ମେମୋରିଆଲକୁ ଯାଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ତାଙ୍କ ସହ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ଉପସ୍ଥିତ ଥିଲେ । ୱାର ମେମୋରିଆଲରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ପ୍ରଧାନମନ୍ତ୍ରୀ । ଏହା ପରେ ୱାର ମେମୋରିଆଲରେ ଥିବା ଡାଏରୀରେ ଦସ୍ତଖତ କରିଥିଲେ ନରେନ୍ଦ୍ର ମୋଦୀ । ଏହି ସମୟରେ ତିନି ସେନା ପ୍ରମୁଖ ଉପସ୍ଥିତ ଥିଲେ । ଏହା ସହ ସିଡିଏସ୍ ମଧ୍ୟ ୱାର ମେମୋରିଆଲରେ ଉପସ୍ଥିତ ରହିଥିଲେ ।