ଶୀତକାଳୀନ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ, ସଂସଦ ଚଳାଇବାରେ ସବୁଦଳ କରନ୍ତୁ ସହଯୋଗ

55

କନକ ବ୍ୟୁରୋ : ଆଜିଠାରୁ ଆରମ୍ଭ ହୋଇଛି ସଂସଦରେ ଶୀତକାଳୀନ ଅଧିବେଶନ । ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ଅଭିଭାଷଣରେ କହିଛନ୍ତି କି, ଦେଶ ଏବେ ଆଜାଦୀ କା ଅମୃତ କାଳରେ ଆଗକୁ ବଢୁଛି । ଏହସହ ଦେଶରେ ଜି-୨୦ ସମ୍ମିଳନୀରେ ଅଧ୍ୟକ୍ଷତା କିରବାର ସୁଯୋଗ ମିଳିଥିବାରୁ ସେ ଖୁସିବ୍ୟକ୍ତ କରି କହିଛନ୍ତି କି, ସାରା ବିଶ୍ୱ ଏବେ ଭାରତ ଉପରେ ଆଶା ପ୍ରକଟ କରୁଛି ।

ସେପଟେ ବିରୋଧୀଦଳ ମାନଙ୍କ ଉର୍ଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ କହିଛନ୍ତି କି, ଏହି ଅଧିବେଶନ ବିକାଶକୁ ଉପର ସ୍ତରକୁ ନେବା ପାଇଁ ଅନୁଷ୍ଠିତ ହେଉଛି । ଭାରତକୁ ଆଗକୁ ବଢିବାକୁ ହେଲେ ଅନେକ ମହତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡିବ । ଏହି କ୍ରମରେ ପ୍ରଧାନମନ୍ତ୍ରୀ ବିଶ୍ୱାସକୁ ନେଇଛନ୍ତି ଯେ ଅଧିବେଶନରେ ସମସ୍ତ ରାଜନୈତିକ ଦଳ ଚର୍ଚ୍ଚା କରିବାକୁ ମୁଖ୍ୟ ଉର୍ଦ୍ଦେଶ୍ୟ ଭାବନ୍ତୁ ।

ଏହାସହ ପ୍ରଧାନମନ୍ତ୍ରୀ କହିଛନ୍ତି କି, ମୋର ସବୁ ସାଂସଦମାନଙ୍କ ସହ ଅଣଉପଚାରିକ ଭାବେ ଭେଟ ହୋଇଛି । ସେମାନେ କହୁଛନ୍ତି କି ସଂସଦରେ ହଟ୍ଟଗୋଳ ଯୋଗୁଁ ଆଲୋଚନାକୁ ସ୍ଥଗିତ ରଖିବାକୁ ପଡୁଛି । ଏହାପରେ ସେମାନଙ୍କର ଅନେକ କ୍ଷତି ହେଉଥିବା କଥା ସେ କହିଛନ୍ତି । ସେପଟେ ଯୁବ ସାଂସଦମାନେ ଅଭିଯୋଗ କରିଛନ୍ତି କି, ସଂସଦ ଚାଲିବା ବେଳେ ସେମାନେ ଯାହା ଶିଖିବା କଥା ତାହା ଶିଖିପାରୁ ନାହାଁନ୍ତି ।