ଏମସିଡି ନିର୍ବାଚନରେ ବିଜୟ ଅଭିମୁଖେ ଆମ ଆଦମୀ ପାର୍ଟି । ପ୍ରାରମ୍ଭିକ ଟ୍ରେଣ୍ଡରେ ମ୍ୟାଜିକ ନମ୍ବରରୁ ବହୁ ଆଗରେ ଆପ୍, ପଛରେ ପଡିଲା ବିଜେପି

206

କନକ ବ୍ୟୁରୋ : ଚାଲିଛି ଦିଲ୍ଲୀ ମହାନଗର ନିଗମ ନିର୍ବାଚନ ଭୋଟ ଗଣତି । ସକାଳ ୮ ଟାରୁ ଭୋଟ ଗଣତି ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟାରେ ଆସିବ ଫଳାଫଳ । ପ୍ରାରମ୍ଭିକ ଟ୍ରେଣ୍ଡରୁ ବିଜେପିକୁ ପଛରେ ପକାଇଦେଇଛି ଆପ୍ । ମୋଟ ୨୫୦ ଆସନରୁ ୧୩୦ରୁ ଅଧିକ ଆସନରେ ଆଗୁଥିବା ବେଳେ ଥିବା ବେଳେ ବିଜେପି ୧୦୦ ଟି ଆସନରେ ସିମିତ ରହିଛି । ଖବର ଲେଖା ହେବା ସୁଦ୍ଧା ଆପ୍ ୬୮ ଟି ଆସନରେ ବିଜୟୀ ହୋଇଥିବା ବେଳେ ବିଜେପି ୫୪ ଟି ଆସନରେ ବିଜୟୀ ହୋଇସାରିଛି । ଏବଂ କଂଗ୍ରେସ ୪ ଟି ଆସନରେ ବିଜୟୀ ହୋଇଥିବା ବେଳେ ମୋଟ ୧୧ ଟି ଆସନରେ ଆଗ୍ରୁଆ ରହିଛି ।

ଗଣତି ସମୟରେ ଯେପରି କୌଣସି ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ନ ହୁଏ ତାକୁ ଆଖିଆଗରେ ରଖି କଡା ସୁରକ୍ଷା ବନ୍ଦୋବସ୍ତ କରାଯାଇଛି । ଆଜି ସକାଳ ୮ ଟାରୁ ୯ ଟା ମଧ୍ୟରେ ପୋଷ୍ଟାଲ ବାଲଟ ପରେ ୯ ଟାରୁ ଇଭିଏମ ଗଣତି ଆରମ୍ଭ ହୋଇଥିଲା । ସେପଟେ ଭୋଟ୍ ଗଣତି ଆରମ୍ଭ ପରେ ବିଜେପି କାର୍ଯ୍ୟାଳୟ ଓ ଆମ ଆଦମୀ ପାଟି କାର୍ଯ୍ୟାଳୟରେ କର୍ମୀଙ୍କ ଗହଳ ଚହଳ ଆରମ୍ଭ ହୋଇଯାଇଛି । ଦୀର୍ଘ ୧୫ ବର୍ଷ ହେବ ଦିଲ୍ଲୀ ଏମସିଡି ବିଜେପି କବଜାରେ ରହିଥିବା ବେଳେ ଏଥର ଅଧିକାଂଶ ଏଗଜିଟ୍ ପୋଲ ରିପୋର୍ଟ ଆପ୍ ସପକ୍ଷରେ ମତ ଦେଇଥିଲେ । ଦିଲ୍ଲୀରେ ମୋଟ ୪୨ ଟି ସେଂଟରରେ ଭୋଟଗଣତି ହେଉଛି । ମୋଟ ୭୩ ଲକ୍ଷ ୨୦ ହଜାର ୫ ଶହ ୭୭ ଲୋକ ଭୋଟ ଦେଇଛନ୍ତିି । ଦିଲ୍ଲୀରେ ଏଥର ୫୦ ଦଶମିକ୍ ୪୮ ପ୍ରତିଶତ ମତଦାନ ହୋଇଛି ।