ବିଜେପି ଫୋକସରେ ତେଲେଙ୍ଗାନା । ସିକନ୍ଦରାବାଦ- ତିରୁପତି ବନ୍ଦେଭାରତ ଏକ୍ସପ୍ରେସ୍ ଟ୍ରେନର କଲେ ଶୁଭାରମ୍ଭ

111

କନକ ବ୍ୟୁରୋ: ବ୍ୟୁରୋ ବିଜେପି ଫୋକୋସରେ ତେଲେଙ୍ଗାନା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହ ମନ୍ତ୍ରୀ ଅମିତ ଶାହା ବାରମ୍ବାର ତେଲେଙ୍ଗାନା କରୁଛନ୍ତି । ଶନିବାର ପ୍ରଧାନମନ୍ତ୍ରୀ ମୋଦି ତେଲେଙ୍ଗାନାରେ ସିକନ୍ଦ୍ରାବାଦ- ତିରୁପତି ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନର ଶୁଭାରମ୍ଭ କରିଛନ୍ତି । ତିନି ମାସ ଭିତରେ ଦ୍ୱିତୀୟ ବନ୍ଦେ ଭାରତ ଟେନ ତେଲେଙ୍ଗାନାରେ ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ମୋଦୀ ମୋଟ ଉପରେ ତେଲେଙ୍ଗାନାରେ ୧୧ ହଜାର ୩୦୦ କୋଟିର ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିଛନ୍ତି । ଯେଉଁଥିରେ ସିକନ୍ଦ୍ରାବାଦ ରେଳ ଷ୍ଟେସନ ପୁନଃବିକାଶ ରହିଛି । ଏଥିପାଇଁ ୭୨୦ କୋଟି ଟଙ୍କା ଖର୍ଚ୍ଚ ହେବ ।

ବିଭିନ୍ନ ପ୍ରକଳ୍ପର ଉଦଘାଟନ କରି ମୋଦୀ କହିଛନ୍ତି, ଆପଣମାନେ ତେଲେଙ୍ଗାନା ପୁନଃବିକାଶ ପାଇଁ ଦେଖୁଥିବା ସ୍ୱପ୍ନକୁ ପୁରା କରିବା କେନ୍ଦ୍ରର ଦାୟୀତ୍ୱ । ତେଲେଙ୍ଗାନାରେ ହାଇୱେ ନେଟୱାକ୍ ବିକାଶର କରିବା ସହ ୫ ହଜାର କିଲୋମିଟର ନୂଆ ଜାତୀୟ ରାଜପଥ ନିର୍ମାଣ କରାଯିବ । ତେବେ ଅନେକ କେନ୍ଦ୍ରୀୟ ପ୍ରକଳ୍ପ ବିଳମ୍ବ ରାଜ୍ୟ ସରକାରଙ୍କ ଯୋଗୁ ହେଉଛି । ରାଜ୍ୟ ସରକାର ସହଯୋଗ କରୁନଥିବାରୁ ପ୍ରକଳ୍ପରେ ବିଳମ୍ବ ହେଉଛି । ଏହା ତେଲେଙ୍ଗାନାର ଲୋକଙ୍କ କ୍ଷତି । ତେଣୁ ତେଲେଙ୍ଗାନା ସରକାରକୁ ବିକାଶମୂଳକ କାର୍ଯ୍ୟରେ ବାଧା ସୃଷ୍ଟି ନ କରିବାକୁ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।