ରାଜଧାନୀ ଦିଲ୍ଲୀରେ କୁକୁରଙ୍କୁ ନେଇ ଆତଙ୍କ । ୬ମାସରେ ୪୪ହଜାର ଲୋକ ହେଲେଣି କୁକୁର କାମୁଡାର ଶିକାର

68

କନକ ବ୍ୟୁରୋ : ଦିଲ୍ଲୀ ଏନସିଆର ଓ ଏହାର ଆଖପାଖ ଅଂଚଳରେ ଭୟର ନୂଆ କାରଣ ପାଲଟିଛନ୍ତି ବୁଲା ଓ ପୋଷା କୁକୁର । ଯେଉଁମାନଙ୍କୁ ନିଜ ଓ ନିଜର ଘରର ସୁରକ୍ଷା ପାଇଁ ଲୋକମାନେ ପୋଷିଥାନ୍ତି ସେମାନେ ଏବେ ମୃତ୍ୟୁର କାରଣ ପାଲଟିଛନ୍ତି । ସେମାନଙ୍କ ଆକ୍ରମଣରେ ଗୁରୁତର ହେଉଛନ୍ତି ଘର ମାଲିକ କିମ୍ବା ପାଖ ପଡୋଶୀ । ପ୍ରତିଦିନ ଏଠାରୁ ଏଭଳି କିଛି ଘଟଣା ସାମ୍ନାକୁ ଆସୁଛି ଯାହାକୁ ନେଇ ଭୟର ବଢିବାରେ ଲାଗିଛି । ମଙ୍ଗଳବାର ନୋଏଡ଼ାର ସେକ୍ଟର ୧୦୦ର ଲୋଟସ ବୁଲବୋଡ଼ ସୋସାଇଟିରେ ଏକ ହୃଦୟ ବିଦାରକ ଘଟଣା ଘଟିଛି । ସୋମବାର ଦିନ ଜଣେ ୭ମାସର ଶିଶୁ ମୃତ୍ୟୁ ବୁଲା କୁକୁର ଆକ୍ରମଣରେ ହୋଇଛି । ଏହା ସହ ଲୋକେ ଉତ୍ୟକ୍ତ ହୋଇ ରାସ୍ତାରେ ଆନ୍ଦୋଳନ କରିଛନ୍ତି । ନିଜ ପିଲାଙ୍କ ସୁରକ୍ଷା ମାଗି ବିରୋଧ ପ୍ରଦର୍ଶନ କରି କୁକୁରଙ୍କୁ ସୋସାଇଟିରୁ ହଟାଇବାକୁ ଦାବି କରିଛନ୍ତି ।

 

ଦିଲ୍ଲୀ ଓ ୟୁପିରେ କୁକୁର କାମୁଡ଼ା ଆତଙ୍କ
ନୋଏଡ଼ା-୪, ୨୭୮ ଜଣ
ଗୁରୁଗ୍ରାମ- ୭,୬୩୫ ଜଣ
ଦିଲ୍ଲୀ-୧୩,୬୯୦ ଜଣ
ଗାଜିଆବାଦ-୧୮,୦୬୭ ଜଣ
ହାପୁଡ଼-୮୪୦

କିଛି ଦିନ ପୂର୍ବରୁ ପୋଷା ପିଟବୁଲ ଆକ୍ରମଣରେ ଲକ୍ଷେ୍ନøର ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଥିଲା । ନୋଏଡ଼ା ସେକ୍ଟର ୧୨୦ରେ ପ୍ରତୀକ ଲୋରେଲ ସୋସାଇଟିରେ ୧୦ ଅକ୍ଟୋବରକୁ ଜଣେ ମହିଳାଙ୍କୁ ବୁଲା କୁକୁର ଅତି ନିର୍ମମ ଭାବେ କାମୁଡ଼ିଥିଲା । ସେପ୍ଟେମ୍ବର ୨୬ରେ ସେକ୍ଟର ୧୯ରେ କୁକୁର କାମୁଡ଼ିବାରୁ ଦୁଇଜଣ ମହିଳା ଅଚେତ ହୋଇପଡ଼ିଥିଲେ । ସର୍ଫାବାଦର ସେକ୍ଟର-୭୩ରେ ୧୯ ସେପ୍ଟେମ୍ବରରେ ଜଣେ ୬୦ ବର୍ଷୀୟ ବୃଦ୍ଧଙ୍କୁ କୁକୁର କାମୁଡ଼ି ଗୁରୁତର କରିଥିଲେ । ଫଳରେ ତାଙ୍କୁ ଲାଗିଥିଲା ୨୦ଟି ଇଂଜେକ୍ସନ । ଅଗଷ୍ଟ ମାସରେ ସେକ୍ଟର ୧୫ରେ ଥିବା ଏପେକ୍ସ ସୋସାଇଟିରେ ଜଣେ ଡ଼େଲିଭରୀ ବୟଙ୍କୁ ଲିଫ୍ଟରେ କାମୁଡ଼ିଥିଲା କୁକୁର । ଯାହାର ଭିଡ଼ିଓ ଖୁବ ଭାଇରାଲ ହୋଇଥିଲା । ୩୦ ଜୁଲାଇରେ ସେକ୍ଟର ୧୨୮ରେ ଥିବା ପାଲମ ସୋସାଇଟିରେ ଜଣେ ସଫେଇ କର୍ମଚାରୀ ସକାଳ ସମୟରେ ସଫେଇ କରିବା ସମୟରେ କୁକୁର କାମୁଡ଼ାର ଶିକାର ହୋଇଥିଲେ ।

କେବଳ ବୁଲା କୁକୁରଙ୍କ ଆତଙ୍କ ନୁହେଁ ପୋଷା କୁକୁରଙ୍କ କାମୁଡାରେ ମଧ୍ୟ ଅସ୍ଥିର ହୋଇପଡିଛି ଦିଲ୍ଲୀର ବିଭିନ୍ନ ହାଇପ୍ରୋଫାଇଲ ଅଂଚଳ । ସମସ୍ୟା ଦିନକୁ ଦିନ ବଢୁଥିବା ଯୋଗୁଁ ଗାଜିଆବାଦ ପ୍ରଶାସନ ଏକ ନିଷ୍ପତି ନେଇଛି । ପିଟବୁଲ,ରାଟବେଇଲର, ଡଗ ଆର୍ଜେଟିଂନା ନସଲକୁ ଘରେ ପୋଷିବା ପାଇଁ ବାରଣ କରାଯାଇଛି ।