ଆରଆଇଙ୍କ ଅନୁପସ୍ଥିତିରେ ରାତି ଅଧରେ ଖୋଲିଲା କାର୍ଯ୍ୟାଳୟ : ପିପିଲି ସରସ୍ୱତୀପୁର ଆରଆଇ ଅଫିସ ଭିତରକୁ ପଶିଲେ ବାହାର ଲୋକ

ଜୱାଦ କ୍ଷୟକ୍ଷତି ଘୋଷଣା ପରେ କାଗଜପତ୍ର ଜାଲିଆତି କରିବାକୁ ପଶିଥିବା ଅଭିଯୋଗ; ପୋଲିସ ପହଂଚି ବୁଝାସୁଝା କରିବା ପରେ ଦୂର ହେଲା ଅସନ୍ତୋଷ

141

କନକ ବ୍ୟୁରୋ : ରାତି ଅଧରେ ଖୋଲିଲା ପିପିଲି ସରସ୍ୱତୀପୁର ଆରଆଇ ଅଫିସ୍ । ଆଉ ଆରଆଇଙ୍କ ଅନୁପସ୍ଥିତିରେ ଅଫିସ ଭିତରେ ବାହାର ଲୋକ ପଶିଥିଲେ । ରାତିରେ କାହିଁକି ଅଫିସ ଖୋଲିଲା ଏବଂ ବାହାର ଲୋକ ପଶିବା ନେଇ ସନ୍ଦେହ କରିଥିଲେ ସ୍ଥାନୀୟ ଲୋକ ।

ଘଟଣାସ୍ଥଳରେ ପହଂଚି ଲୋକେ ହୋ-ହଲ୍ଲା କରିବାରୁୁ ଆରଆଇ ଅଫିସରେ ପହଂଚି ଲୋକଙ୍କୁ ବୁଝାସୁଝା କରିଥିଲା ବଳଙ୍ଗା ପୁଲିସ । ବାତ୍ୟା ଜୱାଦ୍ ଓ ଲଗାଣ ବର୍ଷାରେ କ୍ଷତିଗ୍ରସ୍ତ ଚାଷୀମାନଙ୍କର ତଥ୍ୟ ଗଡ଼ବଡ଼ ହୋଇଥିବା ଆଶଙ୍କା କରିଛନ୍ତି ଲୋକେ । ତେବେ ଆରଆଇ ଅଫିସ ଭିତରେ ବାହାର ଲୋକ କ’ଣ କରୁଥିଲେ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି ।