ହୋର୍ଡିଂରେ ଫାଇଭ୍-ଟି ସଚିବଙ୍କ ଫଟୋ: ସଚିବଙ୍କ ଫଟୋକୁ ନେଇ ତେଜିଲା ରାଜନୀତି

2,842

କନକ ବ୍ୟୁରୋ: କେନ୍ଦ୍ରପଡାରେ ହେବ ନିପ୍ପନ ଷ୍ଟିଲ କାରଖାନା । ଆଉ ଏହାକୁ ନେଇ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି ଅଂଚଳ ବାସୀ । ହେଲେ ଧନ୍ୟବାଦ ଜଣାଇବା ପାଇଁ ଯେଉଁ ସବୁ ହୋର୍ଡିଂ ମରା ଯାଇଛି ତାହାକୁ ନେଇ ଏବେ ରାଜନୀତି ତେଜିବାରେ ଲାଗିଛି । ମହାକାଳପଡା ରାସ୍ତା କଡରେ ବଡ ବଡ ହୋର୍ଡିଂରେ ବିଜୁ ପଟ୍ଟନାୟକ ଓ ନବୀନ ପଟ୍ଟନାୟକଙ୍କ ସହ ଲାଗିଛି ଫାଇବ-ଟି ସଚିବ ଭି.କେ ପାଣ୍ଡିଆନଙ୍କ ଫଟୋ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଫଟୋ ସହ ଫାଇଭ୍-ଟି ସଚିବଙ୍କ ଫେଟୋ କାହିଁକି ଓ କିଏ ଲଗାଇଛି ତାକୁ ନେଇ ଆପତି ଉଠାଇଛନ୍ତି ଉଭୟ ବିରୋଧୀ ।

କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡାର ଏକାଧିକ ସ୍ଥାନରେ ଲାଗିଛି ଏଭଳି ବଡ଼ ବଡ଼ ହୋର୍ଡିଂ । ଯେଉଁ ହୋର୍ଡିଂରେ ସର୍ବବୃହତ ଇସ୍ପାତ୍ କାରଖାନା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଯାଇଛି । କିନ୍ତୁ ହୋର୍ଡିଂରେ ସ୍ଥାନ ପାଇଥିବା ଫେଟୋ ଚିତ୍ରକୁ ନେଇ ରାଜନୈତିକ ଟଣାଓଟଣା ମଧ୍ୟ ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଫଟୋ ସହ ଫାଇଭ୍-ଟି ସଚିବଙ୍କ ଫେଟୋ କାହିଁକି ଓ କିଏ ଲଗାଇଛି ତାକୁ ନେଇ ଆପତି ଉଠାଇଛନ୍ତି ଉଭୟ ବିରୋଧୀ । ଏହି ଫଟୋ ଜରିଆରେ କେଉଁ ବାର୍ତା ଦେବାକୁ ଉଦ୍ୟମ କରାଯାଉଛି ବୋଲି ବିରୋଧୀ ପ୍ରଶ୍ନ ଉଠାଇଛନ୍ତି ।

ମେକ ଇନ୍ ଓଡିଶା କନ୍କ୍ଲେବ ଜରିଆରେ, ଓଡ଼ିଶାରେ ଏକ ବଡ଼ ଷ୍ଟିଲ୍ କାରଖାନା ପ୍ରତିଷ୍ଠା ପାଇଁ ଜାପାନର ନିପ୍ପନ୍ ଷ୍ଟିଲ୍ ଓ ରାଜ୍ୟ ସରକାର ମଧ୍ୟରେ ଚୁକ୍ତି ହୋଇଥିଲା । ଓଡିଶାର କେନ୍ଦ୍ରାପଡା ଜିଲ୍ଳାରେ ପ୍ରତିଷ୍ଟା ହେବାକୁ ଥିବା ନିପ୍ପନ ଷ୍ଟିଲ୍ କାରଖାନା କାର୍ଯ୍ୟକ୍ଷମ ହେଲେ କେନ୍ଦ୍ରାପଡ଼ା, ଜଗତସିଂହପୁର, କେନ୍ଦୁଝର, ଯାଜପୁର ଏବଂ ଭଦ୍ରକ ଜିଲ୍ଲାର ଆର୍ଥିକ ଅବିବୃଦ୍ଧି ଓ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ଲକ୍ଷ୍ୟ ରଖାଯାଇଛି । ତେବେ କେନ୍ଦ୍ରାପଡାରେ ଯେଉଁ ହୋର୍ଡିଂ ସ୍ଥାନ ପାଇଛି, ସେଥିରେ କାହିଁକି ସଚିବଙ୍କ ଫଟୋ ରହିଛି, ତାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ