ପେଟ୍ରୋଲ ଓ ଡିଜେଲ ଦର ଉପରମୁହାଁ : ଲଗାତାର ଦ୍ୱିତୀୟ ଦିନ ପାଇଁ ପୁଣି ବଢିଲା ତେଲ ଦର

1,546

କନକ ବ୍ୟୁରୋ : ଉପରମୁହାଁ ପେଟ୍ରୋଲ ଓ ଡିଜେଲ ଦର । ଲଗାତାର ୨ୟ ଦିନ ପାଇଁ ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୮୦ ପଇସା ଲେଖାଏଁ ବୃଦ୍ଧି ପାଇଛି । ମଙ୍ଗଳବାର ପ୍ରାୟ ୪ମାସ ବିରତି ପରେ ପେଟ୍ରୋଲ, ଡିଜେଲ ଓ ଏଲପିଜି ଦର ବୃଦ୍ଧି ପାଇଥିଲା । ବୁଧବାର ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୯୭ଟଙ୍କା ଏକ ପଇସା ଓ ଡିଜେଲ ୮୮ଟଙ୍କା ୨୭ ପଇସା ହୋଇଛି । ଲୋକଙ୍କ ଉପରୁ ଚାପ କମାଇବା ପାଇଁ ଗତ ନଭେମ୍ବର ମାସରେ କେନ୍ଦ୍ର ସରକାର ତେଲ ଉପରୁ ଏକସାଇଜ୍ ଡ୍ୟୁଟି କମାଇଥିଲେ । ପେଟ୍ରୋଲ ଲିଟର ପିଛା ୫ଟଙ୍କା ଓ ଡିଜେଲ ଲିଟର ପିଛା ୧୦ ଟଙ୍କା କମାଇଥିଲେ କେନ୍ଦ୍ର ସରକାର । କେନ୍ଦ୍ର ପରେ ରାଜ୍ୟ ସରକାରଗୁଡିକ ମଧ୍ୟ ତେଲ ଉପରୁ ଭାଟ କମାଇଥିଲେ । ଆଉ ତେଲ ଦର କମି ଯାଇଥିଲା ।

ଏପରିକି ଆନ୍ତଜାର୍ତୀୟ ବଜାରରେ ତେଲ ଦର ବଢ଼ିଥିଲେ ବି ଦର ବଢ଼ାଇ ନଥିଲେ ତୈଳ କମ୍ପାନୀ । ପାଂଚ ରାଜ୍ୟର ନିର୍ବାଚନ ଯୋଗୁଁ ତେଳ ଦର ତୈଳ କମ୍ପାନୀ ମାନେ ବଢ଼ାଇ ନଥିବା କୁହାଯାଉଛି । ହେଲେ ଏବେ ନିର୍ବାଚନ ଶେଷ ହେବା ପରେ ଓ ରୁଷ୍ ୟୁକ୍ରେନ ଯୁଦ୍ଧ ଯୋଗୁଁ ଅଶୋଧିତ ତୈଳ ମୂଲ୍ୟ ବଢ଼ିବା ପରେ ପୁଣି ଥରେ ତେଲ ଦର ବଢ଼ାଇଛନ୍ତି କମ୍ପାନୀ । ଉପରମୁହାଁ ପେଟ୍ରୋଲ ଓ ଡିଜେଲ ଦର । ଲଗାତାର ୨ୟ ଦିନ ପାଇଁ ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୮୦ ପଇସା ଲେଖାଏଁ ବୃଦ୍ଧି ପାଇଛି । ମଙ୍ଗଳବାର ପ୍ରାୟ ୪ମାସ ବିରତି ପରେ ପେଟ୍ରୋଲ, ଡିଜେଲ ଓ ଏଲପିଜି ଦର ବୃଦ୍ଧି ପାଇଥିଲା । ବୁଧବାର ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୯୭ଟଙ୍କା ଏକ ପଇସା ଓ ଡିଜେଲ ୮୮ଟଙ୍କା ୨୭ ପଇସା ହୋଇଛି । ଲୋକଙ୍କ ଉପରୁ ଚାପ କମାଇବା ପାଇଁ ଗତ ନଭେମ୍ବର ମାସରେ କେନ୍ଦ୍ର ସରକାର ତେଲ ଉପରୁ ଏକସାଇଜ୍ ଡ୍ୟୁଟି କମାଇଥିଲେ ।

ପେଟ୍ରୋଲ ଲିଟର ପିଛା ୫ଟଙ୍କା ଓ ଡିଜେଲ ଲିଟର ପିଛା ୧୦ ଟଙ୍କା କମାଇଥିଲେ କେନ୍ଦ୍ର ସରକାର । କେନ୍ଦ୍ର ପରେ ରାଜ୍ୟ ସରକାରଗୁଡିକ ମଧ୍ୟ ତେଲ ଉପରୁ ଭାଟ କମାଇଥିଲେ । ଆଉ ତେଲ ଦର କମି ଯାଇଥିଲା । ଏପରିକି ଆନ୍ତଜାର୍ତୀୟ ବଜାରରେ ତେଲ ଦର ବଢ଼ିଥିଲେ ବି ଦର ବଢ଼ାଇ ନଥିଲେ ତୈଳ କମ୍ପାନୀ । ପାଂଚ ରାଜ୍ୟର ନିର୍ବାଚନ ଯୋଗୁଁ ତେଳ ଦର ତୈଳ କମ୍ପାନୀ ମାନେ ବଢ଼ାଇ ନଥିବା କୁହାଯାଉଛି । ହେଲେ ଏବେ ନିର୍ବାଚନ ଶେଷ ହେବା ପରେ ଓ ରୁଷ୍ ୟୁକ୍ରେନ ଯୁଦ୍ଧ ଯୋଗୁଁ ଅଶୋଧିତ ତୈଳ ମୂଲ୍ୟ ବଢ଼ିବା ପରେ ପୁଣି ଥରେ ତେଲ ଦର ବଢ଼ାଇଛନ୍ତି କମ୍ପାନୀ ।