ପଠାନ ବିବାଦ: ବିଶ୍ୱ ହିନ୍ଦୁ ପରିଷଦର ବୟାନ, ‘କ୍ଷମାମାଗନ୍ତୁ ଶାହରୁଖ ଖାନ’

755

କନକ ବ୍ୟୁରୋ: ବଲିଉଡ ଷ୍ଟାର ଶାହରୁଖ ଖାନଙ୍କ ଫିଲ୍ମ ‘ପଠାନ’ର ‘ବେଷର୍ମ ରଙ୍ଗ’ ଗୀତକୁ ନେଇ ବିବାଦ ଦେଖାଦେଇଛି । ଏବେ ଏହି ବିବାଦ ଦିନକୁ ଦିନ ବଢିବାରେ ଲାଗିଛି । ବର୍ତ୍ତମାନ ବିଶ୍ୱ ହିନ୍ଦୁ ପରିଷଦ ପଦାଧିକାରୀ କହିଛନ୍ତି ଯେ, ଯଦି ଶାହାରୁଖ କ୍ଷମା ନ ମାଗନ୍ତି ତେବେ ଫିଲ୍ମକୁ ରିଲିଜ କରିବାକୁ ଦିଆଯିବ ନାହିଁ ।

ବେଷର୍ମ ରଙ୍ଗ ଗୀତ ଆସିବା ପରେ ଶାହାରୁଖ ଖାନ ଏବଂ ଦୀପିକା ପାଦୁକୋନଙ୍କ କେମେଷ୍ଟ୍ରେୀର ଚର୍ଚ୍ଚା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଗୀତରେ ଫ୍ୟାନ୍ସମାନେ ଅନେକ ଦିନ ପରେ ଦୀପିକାଙ୍କ ବୋଲ୍ଡ ଏବଂ ଗ୍ଲାମରସ ଅନ୍ଦାଜ ଦେଖିବାକୁ ପାଇଛନ୍ତି । ତେବେ ଏହାରି ଭିତରେ ଗୋଟିଏ ଖାସ ସିନକୁ ନେଇ ବେସ ହଙ୍ଗାମା ଦେଖିବାକୁ ମିଳିଛି । ଏଥିରେ ଦୀପିକା ଗେରୁଆ ରଙ୍ଗର ବିକିନି ପିନ୍ଧିଥିବା ଦେଖିବାକୁ ମିଳିଛି ।

ବିଶ୍ୱ ହିନ୍ଦୁ ପରିଷଦ ଏହି ଗୀତକୁ ନେଇ ବର୍ତ୍ତମାନ ଆପତ୍ତି ଉଠାଇଛି । ସଂଗ୍ଠନର ମୁଖପାତ୍ର ବିନୋଦ ବଂସଲ କହିଛନ୍ତି, ଗେରୁଆକୁ ଅଶାଳୀନ ଭାବେ ଉପସ୍ଥାପନା କରିବା ତଥା ଆପତ୍ତିଜନକ କାମ କରିବା ହିନ୍ଦୁ ବିରୋଧୀ ମାନସିକତାର ପରିଚୟ ଦେଉଛି । ଏହି ବାବଦ ମଧ୍ୟରେ ଶାହରୁଖ ଖାନ କୋଲକାତା ଚଳଚ୍ଚିତ୍ର ଉତ୍ସବରେ ତାଙ୍କ ଉପରେ ସୋସିଆଲ ମଡିଆରେ ହେଉଥିବା ଅଭିଯୋଗକୁ କଡା ଜବାବ ଦେଇଥିଲେ । ତାଙ୍କର ଏହି ପ୍ରତିକ୍ରିୟା ଲୋକଙ୍କୁ ବେସ ପସନ୍ଦ ଆସିଛି । ତେବେ ଏହି ଗୀତକୁ ନେଇ ବିବାଦ ଆହୁରି ଘନେଇବାରେ ଲାଗିଛି ।

ଶାହାରୁଖଙ୍କ ପ୍ରତିକ୍ରିୟା ଆସିବା ପରେ ଏହା ଉପରେ ପ୍ରତିଆକ୍ରମଣ କରି ବିଶ୍ୱ ହିନ୍ଦୁ ପରିଷଦ ଜବାବ ରଖିଛି । ସଂଗଠନର ଯୁଗ୍ମ ସମ୍ପାଦକ ସୁରେନ୍ଦ୍ର ଜୈନ କହିଛନ୍ତି, ଶାହରୁଖଙ୍କ ବ୍ୟବହାର ଠିକ ନୁହେଁ । ସେ କ୍ଷମାମାଗିବା ପରିବର୍ତ୍ତେ ବ୍ୟବହାର ଖରାପ କରୁଛନ୍ତି । ଯଦି ଶାହାରୁଖ କ୍ଷମା ନମାଗନ୍ତି ତେବେ ତାଙ୍କ ଫିଲ୍ମକୁ ରିଲିଜ କରିବା ପାଇଁ ଦିଆଯିବ ନାହିଁ । ସେ କହିଛନ୍ତି ହିନ୍ଦୁ ଧର୍ମ ସହ ପୂରା ଭାରତର ଅପମାନ ମଧ୍ୟ କରୁଛନ୍ତି ।