ରୁଷର ମିସାଇଲ ମାଡରେ ପୁଣି ଥରି ଉଠିଲା ୟୁକ୍ରେନର ୩ ସହରର । ବିଭିନ୍ନ ସ୍ଥାନରେ ୬୦ ମିସାଇଲ ମାଡ କରିଛି ୟୁକ୍ରେନ

137

କନକ ବ୍ୟୁରୋ : ଆଗକୁ ପୁଣି ଭୟଙ୍କର ହେବ ଋଷ-ୟୁକ୍ରେନ ଯୁଦ୍ଧ । ଡିସେମ୍ବର ଶେଷ ସପ୍ତାହରେ ୟୁକ୍ରେନର ରାଜଧାନୀ କିଭକୁ ପ୍ରାୟ ୨ଲକ୍ଷ ସେନା ପଠାଇବାକୁ ଯୋଜନା କରୁଛି ରୁଷ । ୟୁକ୍ରେନକୁ ଚାରିପଟୁ ଘେରି ଆକ୍ରମଣକୁ ଅଧିକ ଜୋରଦାର କରିବା ପାଇଁ ମାଷ୍ଟରପ୍ଲାନ କରିଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ସେପଟେ ବ୍ଲାକସିରୁ କ୍ରେମଲିନ ୟୁକ୍ରେନ ଉପରକୁ ୬୦ଟି ମିସାଇଲ ଆକ୍ରମଣ କରିଥିବା ସୂଚନା ରହିଛି । ବର୍ତମାନ କିଭରେ ଘନଘନ ବୋମା, ମିସାଇଲ ଓ ଗୁଳିମାଡ ହେଉଥିବା ଜଣାପଡିଛି ।

ସେପଟେ ଆମେରିକା ଖୁବ ଶିଘ୍ର ୟୁକ୍ରେନକୁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସହ ଘାତକ ସ୍କାଟ ବମ ଅର୍ଥାତ ପୋଟ୍ରିଏଟ ମିସାଇଲ ପଠାଇବ ବୋଲି ୱାଶିଂଟନ ପୋଷ୍ଟରେ ଏକ ଖବର ପ୍ରକାଶ ପାଇଛି । ଯୁଦ୍ଧ ଭିତରେ ପ୍ରଧାନମନ୍ତ୍ରୀ ମୋଦୀ ଓ ରୁଷ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନଙ୍କ ମଧ୍ୟରେ ଫୋନରେ ଆଲୋଚନା ହୋଇଥିବା ଜଣାପଡିଛି । ପୁଣି ଥରେ କୁଟନୀତିସ୍ତରରେ ସମସ୍ୟାର ସମାଧାନ କରିବା ପାଇଁ ରୁଷକୁ ପୁଣି ଥରେ ମୋଦୀ ଅପିଲ କରିଥିବା ଜଣାପଡିଛି ।