ଆଜିଠୁ ପାର୍ଲାମେଂଟର ମୌସୁମୀ ଅଧିବେଶନ ! ମଧ୍ୟପ୍ରଦେଶ ଚାଷୀ, କଶ୍ମୀର ଓ ୟୁପି ଆଇନଶୃଙ୍ଖଳା ପରିସ୍ଥିତି ନେଇ ସରକାରଙ୍କୁ ଘେରିବେ ବିରୋଧୀ

31

କନକ ବ୍ୟୁରୋ : ଆଜି ଠାରୁ ସଂସଦରେ ଆରମ୍ଭ ହେଉଛି ମୌସୁମୀ ଅଧିବେଶନ । ଏହା ଅଧିକ ସରଗରମ ହେବ ବୋଲି ଅନୁମାନ କରାଯାଉଛି । ବିରୋଧୀ ଦଳ ଏଥର ସରକାରଙ୍କୁ ଘେରିବାକୁ ମିଳିତ ରଣନୀତି ପ୍ରସ୍ତୁତ କରିଛି । ସବୁ ବିରୋଧୀ ଦଳ ଏକଜୁଟ ହୋଇ ସରକାର ଉପରେ ହମଲା କରିବାକୁ ବିରୋଧୀ ଦଳ ଚାଷୀ, ବେରୋଜଗାର, ସଂଘବଦ୍ଧ ଆକ୍ରମଣ, ଚୀନ ଓ କଶ୍ମୀର ପ୍ରସଙ୍ଗରେ ସରକାରଙ୍କୁ ଘେରିବା ପାଇଁ ଯୋଜନା ପ୍ରସ୍ତୁତ କରିଛି ।

ଆଜି ହେଉଥିବା ରାଷ୍ଟ୍ରପତି ନିର୍ବାଚନରେ ବିରୋଧୀଙ୍କ ମଧ୍ୟରେ ଏକତା ଦେଖିବାକୁ ମିଳିବ ନାହିଁ । ଜେଡିୟୁ ବିରୋଧୀ ଗୋଷ୍ଠୀରୁ ବାହାରି ସରକାର ପକ୍ଷରେ ନଜର ଆସିବେ । ତେବେ କଂଗ୍ରେସର ବିଚାର, ରାଷ୍ଟ୍ରପତି ନିର୍ବାଚନ ଏକ ଭିନ୍ନ ପ୍ରସଙ୍ଗ, ବାକି ପ୍ରସଙ୍ଗରେ ୧୮ ବିରୋଧୀ ଦଳଙ୍କୁ ଏକଜୁଟ ରଖାଯାଇପାରିବ । ଏଥିପାଇଁ ବିରୋଧୀ ଦଳ ନିଷ୍ପତି ନେଇଛନ୍ତି ଅତିକମରେ ମାସକୁ ଥରେ ଭେଟଘାଟ କରାଯିବ । ଏଥିରେ ପ୍ରସଙ୍ଗ ବାଛି ସମସ୍ତେ ସରକାର ଉପରେ ଚାପ ପକାଇବାକୁ ଉଦ୍ୟମ କରିବେ ।