ଆତଙ୍କବାଦୀଙ୍କ ଚରାଭୁଇଁକୁ ନୂଆ ନାଁ ! ମାନବାଧିକାର ପରିଷଦରେ ଭାରତ କହିଲା ଟେରରିସ୍ତାନ ପାଲଟିଛି ‘ସ୍ପେଶାଲ ଟେରରିଷ୍ଟ ଜୋନ୍’

22

କନକ ବ୍ୟୁରୋ : ଆତଙ୍କବାଦକୁ ପ୍ରୋତ୍ସାହିତ କରୁଥିବା ପାକିସ୍ତାନକୁ ମିଳିଲା ନୂଆ ନାଁ । ପୂର୍ବରୁ ଏହାକୁ ଟେରରିସ୍ଥାନ ଭାବେ ଉଲ୍ଲେଖ କରିଥିବା ଭାରତ ପାକିସ୍ତାନକୁ ସ୍ପେଶାଲ ଟେରରିଷ୍ଟ ଜୋନ୍ କହିଛି । ଅନ୍ୟପଟେ ରାଜନୀତିରେ ଆତଙ୍କବାଦୀ ହାଫିଜ୍ ସଇଦର ପ୍ରବେଶକୁ ସବୁଜ ସଙ୍କେତ ଦେଇ ପାକିସ୍ତାନ ପୁଣି ଦେଖାଇଛି ଦୋମୁହାଁ ନୀତି । ଆତଙ୍କକୁ ପ୍ରଶ୍ରୟ ଦେଉଥିବାରୁ ପାକ୍ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଭାରତ ଦାବି କରିଛି ।

ଆତଙ୍କବାଦକୁ ପ୍ରୋତ୍ସାହିତ କରୁଥିବା ପାକିସ୍ତାନକୁ ମିଳିଲା ନୂଆ ନାଁ । ପୂର୍ବରୁ ଏହାକୁ ଟେରରିସ୍ଥାନ ଭାବେ ଉଲ୍ଲେଖ କରିଥିବା ଭାରତ ପାକିସ୍ତାନକୁ ସ୍ପେଶାଲ ଟେରରିଷ୍ଟ ଜୋନ୍ କହିଛି । ଅନ୍ୟପଟେ ରାଜନୀତିରେ ଆତଙ୍କବାଦୀ ହାଫିଜ୍ ସଇଦର ପ୍ରବେଶକୁ ସବୁଜ ସଙ୍କେତ ଦେଇ ପାକିସ୍ତାନ ପୁଣି ଦେଖାଇଛି ଦୋମୁହାଁ ନୀତି । ଆତଙ୍କକୁ ପ୍ରଶ୍ରୟ ଦେଉଥିବାରୁ ପାକ୍ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଭାରତ ଦାବି କରିଛି ।

ଆତଙ୍କବାଦକୁ ପ୍ରୋତ୍ସାହନ ଦେଇଆସୁଥିବା ପାକିସ୍ତାନକୁ ଭାରତ ଦେଇଛି ନୂଆ ନାଁ । ପୂର୍ବରୁ ପାକିସ୍ତାନକୁ ଟେରରିସ୍ତାନ କହିଥିବା ଭାରତ ଏହାର ନାଁ ସ୍ପେଶାଲ ଟେରରିଷ୍ଟ ଜୋନ୍ ଦେଇଛି । ଆତଙ୍କବାଦ ପ୍ରୋତ୍ସାହନ ବନ୍ଦ ପାଇଁ ପାକିସ୍ତାନକୁ ମାନବାଧିକାର ପରିଷଦ ନିର୍ଦ୍ଦେଶ ଦେବାକୁ ଭାରତୀୟ ସଚିବ କୁମାମ୍ ଅନୁରୋଧ କରିଛନ୍ତି । ସ୍ପେଶାଲ ଟେରରିଷ୍ଟ ଜୋନ୍ ଆତଙ୍କବାଦୀଙ୍କ ପାଇଁ ସୁରକ୍ଷିତ ଠିକଣା ବନିଥିବା କୁମାମ୍ ପରିଷଦକୁ ଜଣାଇଛନ୍ତି । କାଶ୍ମୀର ସ୍ଥିତି ନେଇ ପାକିସ୍ତାନ ପରିଷଦକୁ ବାରମ୍ବାର ଭ୍ରମାତ୍ମକ ତଥ୍ୟ ଦେଉଥିବା କୁମାମ୍ କହିଛନ୍ତି । ସଂଖ୍ୟାଲଘୁଙ୍କ ଉପରେ ଅତ୍ୟାଚାର, ବଳପୂର୍ବକ ଧର୍ମ ପରିବର୍ତନ ପରି ପ୍ରସଙ୍ଗରେ ପାକିସ୍ତାନ ଆଭିମୁଖ୍ୟ ବଦଳାଇବାକୁ ଭାରତ କହିଛି ।

ପୂର୍ବରୁ ଭାରତ ଓ ଆମେରିକାର ନିୟମିତ ଚାପ ପରେ ଆତଙ୍କବାଦୀ ନିରୋଧକ ଆଇନରେ ସଂଶୋଧନ ସହ ହାଫିଜ୍ ସଇଦର ସଂଗଠନକୁ ବ୍ୟାନ୍ ତାଲିକାରେ ରଖିଥିବା ପାକିସ୍ତାନ କହିଥିଲା । ତେବେ ହାଫିଜ୍ ସଇଦ୍ର ରାଜନୀତି ପ୍ରବେଶକୁ ଅନୁମତି ପ୍ରଦାନ କରିଛି ପାକିସ୍ତାନ । ହାଫିଜ୍ର ରାଜନୈତିକ ଦଳର ପଂଜୀକରଣ କରାଇବାକୁ ନିର୍ବାଚନ କମିଶନ୍କୁ ପାକିସ୍ତାନୀ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ଆତଙ୍କ ବିରୁଦ୍ଧରେ ପାକ୍ ନିଜ ଆଭିମୁଖ୍ୟ ବଦଳାଇନଥିବା ପୁଣିଥରେ ଖୋଲାଖୋଲି ନଜର ଆସିଛି ।

ପାକିସ୍ତାନ ହେଉଛି ଆତଙ୍କବାଦର ପେଣ୍ଠସ୍ଥଳୀ ଏ କଥା ଅନେକ ଆଗରୁ ଭାରତ ବିଶ୍ୱ ସମୁଦାୟରେ ଦାବି କରିଆସୁଛି । ଏହାର ଅନେକ ପ୍ରମାଣ ମଧ୍ୟ ଦେଇଛି ଭାରତ । ଆତଙ୍କବାଦୀଙ୍କୁ ପାକ ସେନାର ପୂର୍ଣ୍ଣ ସମର୍ଥନ ରହିଛି ଓ ପାକ୍ ସେନାର ଛତ୍ରଛାୟାରେ ପ୍ରଶୟ ମିଳୁଛି ଆତଙ୍କବାଦକୁ, ଏକଥା ଭାରତ ପକ୍ଷରୁ ବାରମ୍ବାର ଦାବି କରାଯାଉଛି । ସେହିପରି ସେନାଶିବିର ଉପରେ ହମଲା, ନିୟନ୍ତ୍ରଣ ରେଖାରେ ଅସ୍ତ୍ରବିରତି ଉଲ୍ଲଂଘନ ଓ ଅନୁପ୍ରବେଶ ଉଦ୍ୟମ ପାକିସ୍ତାନର ଅସଲ ଚେହେରାକୁ ପଦାରେ ପକାଇଛି । ଅନୁରୂପ ଭାବେ ଦାଉଦ୍ ଇବ୍ରାହିମ, ମାସୁଦ ଅଜହର ଓ ହାଫିଜ୍ ସଇଦ୍ ପରି ମୋଷ୍ଟ ୱାଂଟେଡ୍ ଆତଙ୍କବାଦୀଙ୍କୁ ପାକିସ୍ତାନ ପ୍ରଶ୍ରୟ ଦେବା ସାରା ବିଶ୍ୱ ଜାଣେ । ଏଭଳି ବିଭିନ୍ନ କାରଣରୁ ପାକିସ୍ତାନକୁ ତାରି ଭାଷାରେ ଜବାବ ଦେବା ପାଇଁ ବିଭିନ୍ନ ମହଲରୁ ଦାବି ଉଠିଛି ।