ଭାରତୀୟ ରାଜନୀତିରେ ଇଏ ବି ଜଣେ ମୁଖ୍ୟମନ୍ତ୍ରୀ: ହକି ବିଶ୍ୱକପ୍ ପାଇଁ ନିମନ୍ତ୍ରଣ ବେଳେ ସାମ୍ନାକୁ ଆସିଲା ପୁଡୁଚେରୀ ମୁଖ୍ୟମନ୍ତ୍ରୀଙ୍କ ନିରାଡ଼ମ୍ବର ଜୀବନଶୈଳୀ

422

କନକ ବ୍ୟୁରୋ: ଆସନର ଶୀର୍ଷରେ ବସିଥିବା ମଣିଷଟିଏ କେତେ ସରଳ ହୋଇପାରନ୍ତି, ଏହି ଚିତ୍ର ବୋଧ ତାର ଉଦାହରଣ । ଲୁଙ୍ଗିଟିଏ ପିନ୍ଧି ଜଣେ ମୁଖ୍ୟମନ୍ତ୍ରୀ ଅତିଥିଙ୍କୁ ପାଛୋଟି ନେଉଥିବେ, ଏମିତି ଚିତ୍ର ଅନ୍ତତଃ ଭାରତୀୟ ରାଜନୀତିରେ କୋଚିତ୍ ଦେଖିବାକୁ ମିଳେ । ଏହି ବ୍ୟକ୍ତି ଜଣକ ହେଉଛନ୍ତି- ଏମ୍ ରଙ୍ଗାସ୍ୱାମୀ, ପୁଡୁଚେରୀ ମୁଖ୍ୟମନ୍ତ୍ରୀ । ବିଶ୍ୱକପ ହକିରେ ସାମିଲ ହେବା ପାଇଁ ମନ୍ତ୍ରୀ ଅତନୁ ସବ୍ୟସାଚୀ, ଏମ୍ ରଙ୍ଗାସ୍ୱାମୀଙ୍କୁ ନିମନ୍ତ୍ରଣ ଦେବାକୁ ଯାଇଥିଲେ । ଏହି ସମୟରେ ଖାଲି ଦେହରେ ଲୁଙ୍ଗିଟିଏ ପିନ୍ଧି ନିମନ୍ତ୍ରଣ ଗ୍ରହଣ କରିଥିଲେ । ଏହାପରେ ସେ, ଯାହା କହିଥିଲେ, ତାହା ଶୁଣିଲେ ପ୍ରତଟି ଓଡ଼ିଆ ଛାତି ଗର୍ବରେ ଫୁଲି ଉଠିବ । ଏମ୍ ରଙ୍ଗାସ୍ୱାମୀ କହିଥିଲେ-

ଜଗନ୍ନାଥ ଧାମର ଲୋକମାନେ ତାଙ୍କୁ ଭେଟିବା ପାଇଁ କୌଣସି ଅନୁମତି କିମ୍ବା ପ୍ରୋଟୋକଲ ଦରକାର ନାହିଁ । ହକି ବିଶ୍ୱକପ ପାଇଁ ତାଙ୍କୁ ନିମନ୍ତ୍ରଣ ଦେଇଥିବାରୁ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ ଅଶେଷ ଧନ୍ୟବାଦ ।
ରଙ୍ଗାସ୍ୱାମୀ ଦେଇଥିବା ଏହି ବୟାନ୍ ବୟାନ ପ୍ରମାଣିତ କରୁଛି ଯେ ସେ କେତେ ସରଳ ଓ ସାଧାରଣ । ନଜର ପକାନ୍ତୁ ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଏନ୍. ରଙ୍ଗାସ୍ୱାମୀ ସମ୍ପର୍କରେ ଆଉ କିଛି ରୋଚକ ତଥ୍ୟ ।

ଉଚ୍ଚ ଆସନ, ସରଳ ଜୀବନ
– ନିଜ ନିର୍ବାଚନୀ ମଣ୍ଡଳକୁ ଯିବା ପାଇଁ ଲୋଡ଼ନ୍ତି ନାହିଁ ସୁରକ୍ଷାକର୍ମୀ
– ଭିଆଇପି କାର୍ ବଦଳରେ ମୋଟର ସାଇକେଲରେ ଯାତାୟତ କରନ୍ତି
– ତାଙ୍କ ଅଫିସ ସାଧାରଣ ଲୋକଙ୍କ ପାଇଁ ସବୁବେଳେ ଖୋଲା
– ଅତି ଛୋଟିଆ ଘରେ ରହିଥାନ୍ତି ମୁଖ୍ୟମନ୍ତ୍ରୀ
– ଘରେ କେବଳ ଗୋଟିଏ କେବଳ ପଟା ଖଟ ରହିଛି
– ପଟା ଖଟ ସହ ପ୍ଲାଷ୍ଟିକ୍ ଚେୟାର ଓ କିଛି ଅତି କମ ଜିନିଷ ରହିଛି
– ନିଜ ଘର ପାଖ ଛୋଟିଆ ସେଲୁନରେ ଚୁଟି କାଟନ୍ତି ମୁଖ୍ୟମନ୍ତ୍ରୀ
– ନିଜ ପୋଷାକ ଘର ପାଖର ଛୋଟିଆ ଦୋକାନରୁ କିଣନ୍ତି ମୁଖ୍ୟମନ୍ତ୍ରୀ
– ଅତି ସାଧାରଣ ଖାଦ୍ୟ ଖାଇବାକୁ ଭଲ ପାଆନ୍ତି
– ପ୍ରତିଦିନ ୪୦ରୁ ୫୦ ସାଧାରଣ ଲୋକ ତାଙ୍କ ଘରେ ଖାଇଥାନ୍ତି
– ପ୍ରତିଦିନ ଭୋରରୁ ଉଠି ଚା’ ଖଟିରେ ପହଂଚି ଯାଆନ୍ତି ମୁଖ୍ୟମନ୍ତ୍ରୀ
– ଚା’ ଖଟିରେ ସମସ୍ୟାର ସମାଧାନ କରନ୍ତି ମୁଖ୍ୟମନ୍ତ୍ରୀ

ନେତାଙ୍କ ଦାମୀ କୋର୍ଟ, ବିଦେଶ ଖର୍ଚ୍ଚ ଏବଂ ସାଧାରଣ ଜୀବନକୁ ନେଇ ସବୁବେଳେ ଚର୍ଚ୍ଚା ହେଉଥିବା ବେଳେ ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଏନ୍. ରଙ୍ଗାସ୍ୱାମୀ ଏସବୁ କ୍ଷେତ୍ରରେ ସଂପୂର୍ଣ୍ଣ ଭିନ୍ନ ଏବଂ ଅନନ୍ୟ ।