କାଳ ସାଜିଲା ଅଦିନିଆ ବର୍ଷା : ମାଥିଲିରେ ମଣ୍ଡିରେ ଭିଜିଲା ଶହ ଶହ ବସ୍ତା ଧାନ

ଗୁଣପୁରରେ ଧାନ ବିକ୍ରି ପାଇଁ ଟୋକନ୍ ମିଳୁନଥିବାରୁ ଓଦା ହେଉଛି ଧାନ ବସ୍ତା

90

କନକ ବ୍ୟୁରୋ : ଗୁଣପୁରରେ ମଧ୍ୟ ଅଦିନିଆ ବର୍ଷା ଚାଷୀଙ୍କ ପାଇଁ କାଳ ସାଜିଛି । ଧାନ ବିକ୍ରି ପାଇଁ ଟୋକନ୍ ମିଳୁନଥିବାରୁ ଓଦା ହେଉଛି ଧାନ ବସ୍ତା । ଅଦିନିଆ ବର୍ଷାରେ ଗୁଣୁପୁର ଓ ପଦ୍ମପୁର ବ୍ଲକର ଚାଷୀ ବିଶେଷ ପ୍ରଭାବିତ ହୋଇଛନ୍ତି । ଚାଷୀ ନିଜର ଅମଳ ଧାନକୁ ସୁରକ୍ଷିତ ରଖିବା ପାଇଁ ପଲିଥିନ୍ ଢାଙ୍କୁଛନ୍ତି । ଏହା ସହ ପାଣି ବାହାର କରିବା ପାଇଁ ଲାଗି ପଡ଼ିଛନ୍ତି ଚାଷୀ । ଧାର କରଜ କରି ଚାଷ କରିଥିବା ଚାଷୀ ଏବେ ଅଦିନିଆ ବର୍ଷା ପାଇଁ ଚିନ୍ତାରେ । ଟୋକନ୍ ମିଳିବାରେ ବିଳମ୍ବ, ଅଧିକାଂଶ ଚାଷୀଙ୍କୁ ଆବଶ୍ୟକତାଠାରୁ କମ୍ ଟୋକନ୍ ପ୍ରଦାନ ଯୋଗୁ ଚାଷୀ ଅମଳ ଧାନକୁ ବିକ୍ରି କରିନପାରି ପକାଇ ରଖିଛି । ତୁରନ୍ତ ପ୍ରଶାସନ ଏଥିପାଇଁ ପଦକ୍ଷେପ ଗ୍ରହଣ କରିବାକୁ ଚାଷୀମାନେ ଦାବି କରିଛନ୍ତି ।