୨୪ ଘଣ୍ଟାର କରୋନା ଗ୍ରାଫ୍ : ଦେଶରେ ୨ ଲକ୍ଷ ୬୪ ହଜାର ପଜିଟିଭ୍

98

କନକ ବ୍ୟୁରୋ : ଦେଶରେ କରୋନା ସଂକ୍ରମଣ ଗତକାଲି ତୁଳନାରେ ୬.୭ ପ୍ରତିଶତ ବଢିଛି । ୨୪ ଘଂଟା ମଧ୍ୟରେ ୨ ଲକ୍ଷ ୬୪ ହଜାର ୨୦୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦେଶରେ ସଂକ୍ରମଣ ହାର ବର୍ତମାନ ୧୪.୭୮ ପ୍ରତିଶତ ରହିଛି । ଓମିକ୍ରନ ମାମଲା ବଢି ୫ ହଜାର ୭୫୩ ହୋଇଛି । ୨୪ ଘଂଟା ମଧ୍ୟରେ ୩୧୫ ଜଣଙ୍କର ମୃତ୍ୟୁ ହୋଇଛି । ଗତକାଲି ତୁଳନାରେ ଆଜି ୧୬ ହଜାର ୭୮୫ ଅଧିକ ମାମଲା ଚିହ୍ନଟ ହୋଇଛି । ଆକ୍ଟିଭ ମାମଲା ୧୨ ଲକ୍ଷରୁ ଅଧିକ ହୋଇଛି । ଓମିକ୍ରନ ଆକ୍ରାନ୍ତଙ୍କ ମଧ୍ୟରୁ ମହାରାଷ୍ଟ୍ର ଓ ଦିଲ୍ଲୀରେ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମହାରାଷ୍ଟ, କର୍ଣ୍ଣାଟକ, କେରଳ ଓ ତାମିଲନାଡୁରେ କରୋନା ସଂକ୍ରମଣ ଅଧିକ ଅଛି ।