ଓସ୍କାର ଓଲିଉଡ୍ ଲିଙ୍କ୍ : ପପୁ ପମ୍ ପମ୍ ଓ ଉତମ ମହାନ୍ତିଙ୍କ ସମେତ ୫ଜଣଙ୍କୁ କ୍ରାଇମବ୍ରାଂଚର ନୋଟିସ୍

64

ଭୁବନେଶ୍ୱର ବ୍ୟୁରୋ , କନକ ନ୍ୟୁଜ୍ : ଓସ୍କାର ଚିଟଫଣ୍ଡ ମାମଲାରେ ଓଲିଉଡ ଲିଙ୍କ ନେଇ ଖୋଳତାଡ ଆରମ୍ଭ କରିଛି କ୍ରାଇମବ୍ରାଂଚ । କ୍ରାଇମବ୍ରାଂଚ ପକ୍ଷରୁ ଦୁଇ ଜଣ ଅଭିନେତା ଓ ୩ ଅଭିନେତ୍ରୀଙ୍କୁ ନୋଟିସ ଜାରି କରାଯାଇଛି । ସେମାନେ ହେଲେ ଅଭିନେତା ଉତମ ମହାନ୍ତି, ହାସ୍ୟ ଅଭିନେତା ପପୁ ପମପମ,ଅଭିନେତ୍ରୀ ଜିନା, ଲିପି ଓ କାଜଲ । ୨ ସପ୍ତାହ ମଧ୍ୟରେ କ୍ରାଇମବ୍ରାଂଚରେ ହାଜର ହେବାକୁ କୁହାଯାଇଛି । ଗୁଜୁରାଟର ସୁରଟ ଯାଇ ଓସ୍କାର ପାଇଁ ପ୍ରଚାର କରିବା ଓ ଜମାକାରୀଙ୍କୁ ମିଥ୍ୟା ପ୍ରଲୋଭନ ଦେଖେଇବା ଏବେ ଅଭିନେତା ଓ ଅଭିନେତ୍ରୀଙ୍କ ପାଇଁ ଭାରି ପଡିଛି । ଓସ୍କାର ପ୍ରମୋସନ ପାଇଁ ଏମାନେ ସୁରଟ ଯାଇ ଓସ୍କାର କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଏହି ସମୟରେ ସେମାନେ ଓସ୍କାର ଚିଟଫଣ୍ଡ ସଂସ୍ଥା ଓ ଏହାର ମାଲିକ ପ୍ରଭାସ ଚନ୍ଦ୍ର ରାଉତଙ୍କ ସପକ୍ଷରେ ଭାଷଣ ଦେଇଥିଲେ।