ୟୁପିରୁ ଉଦ୍ଧାର ହେଲେ ଓଡିଆ ଝିଅ । ଚାକିରି ଦେବା ନାଁରେ ୟୁପି ନେଇ. ଖରାପ କାମ କରାଉଥିଲା ଦଲାଲ ।

106

କନକ ବ୍ୟୁରୋ: କନ୍ଧମାଳ ଯୁବତୀ ୟୁପିରୁ ଉଦ୍ଧାର । ଚାକିରି ଦେବା ନାଁରେ ଯୁବତୀଙ୍କୁ କନ୍ଧମାଳରୁ ଉତ୍ତରପ୍ରଦେଶ ନେଇଗଲା ଦଲାଲ । ସେଠାରେ ଚାକିରି କରାଇଦେବା ସହ ଦିନକୁ ୨ହଜାର ଟଙ୍କା ଦେବାର ପ୍ରଲୋଭନ ଦେଖାଇଥିଲା । ହେଲେ ସେଠାରେ ପହଞ୍ଚିବା ପରେ ୨ ଯୁବତୀଙ୍କୁ ଚାକିରି ବଦଳରେ ଶାରିରୀକ ଓ ମାନସିକ ନିର୍ଯାତନା ଦିଆଯାଉଥିଲା । ସେମାନଙ୍କୁ ଦେହ ବ୍ୟବସାୟ କରିବାକୁ ବାଧ୍ୟ କରାଯାଉଥିଲା । ମିଛରେ ଇଭେଂଟ କଥା କହି ଭୋଜପୁରୀ ଗୀତରେ ନଚାଉଥିବା ଅଭିଯୋଗ କରିଛନ୍ତି ଯୁବତୀ । ନାଚିବାକୁ ମନା କରିବାରୁ ମାରିବାକୁ ମଧ୍ୟ ଧମକ ଦିଆଯାଉଥିଲା । ତେଣୁ ବାଧ୍ୟ ହୋଇ ନାଚିବାକୁ ବାଧ୍ୟ ହେଉଥିଲେ । ଆଉ ନାଚିବା ପରେ ସେମାନଙ୍କୁ ପ୍ରାପ୍ୟ ମିଳୁନଥିଲା ବୋଲି ଯୁବତୀ ଜଣକ କହିଛନ୍ତି । ଏହି ସମସ୍ତ ଅଭିଯୋଗ ନୟାପଲ୍ଲୀ ଥାନାରେ କରାଯାଇଥିଲା । ସେଠାରୁ ୟୁପି ପୁଲିସକୁ ଘଟଣା ସମ୍ପର୍କରେ ଜଣାଯିବା ପରେ ଦୁଇ ଯୁବତୀଙ୍କୁ ୟୁପିରୁ ଉଦ୍ଧାର କରାଯାଇଛି ।