ଶିଳ୍ପ ପାଇଁ ଲାଂଚ ମାଗିବା ମାମଲାରେ ଭିଜିଲାନ୍ସରେ ହାଜର ହେଲେ ୩ ବିଧାୟକ

36

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଶିଳ୍ପ ପାଇଁ ବିଧାୟକ ଲାଂଚ ମାଗିବା ମାମଲା । ଭିଜିଲାନ୍ସରେ ୩ ବିଧାୟକ ହାଜର ହୋଇଛନ୍ତି । ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ,ଛେଣ୍ଡିପଦା ବିଧାୟିକ ସୁଶାନ୍ତ ବେହେରା , କରଞ୍ଜିଆ ବିଧାୟକ ବିଜୟ କୁମାର ନାୟକ ଭିଜିଲାନ୍ସରେ ହାଜର ହୋଇଛନ୍ତି । ଗତକାଲି ବିଳମ୍ବିତ ରାତିରେ ଏମାନେ ହାଜର ହୋଇଛନ୍ତି । ସେମାନଙ୍କ ପୁଙ୍ଖାନୁପୁଙ୍ଖ ବୟାନ ରେକର୍ଡ କରାଯାଇଛି।

ତେବେ ଭବାନୀପାଟଣା ବିଧାୟକ ଅନାମ ନାୟକ ହାଜର ହୋଇନାହାନ୍ତି । ଖୁବ ଶୀଘ୍ର ସେ ହାଜର ହେବେ ଏବଂ ତାଙ୍କ ବୟାନ ରେକର୍ଡ କରାଯିବ ବୋଲି ଭିଜିଲାନ୍ସ ନିର୍ଦେଶକ ଆରପି ଶର୍ମା ସୂଚନା ଦେଇଛନ୍ତି । ଶାସକ ଦଳର ୪ ବିଧାୟକ ଲାଂଚ ପାଇଁ ଡିଲ୍ କରିଥିବା ଖବର କନକ ନ୍ୟୁଜରେ ପ୍ରସାରଣ ହୋଇଥିଲା । ଯାହାର ସତ୍ୟତା ଜାଣିବାକୁ ଭିଜିଲାନ୍ସ ତଦନ୍ତ କରୁଛି।