ଟମାଟୋ ପରେ ପିଆଜ ପାଳି ! ୧୦ ଦିନରେ ଦୁଇ ଗୁଣା ବଢିଲା ଦର

34

କନକ ବ୍ୟୁରୋ : ଟମାଟୋ ଦର ଟିକେ କମିଥିବା ବେଳେ ଦୁଇ ଗୁଣା ବଢିଛି ପିଆଜ । ପିଆଜ ଦର ହଠାତ୍ ବୃଦ୍ଧି ପାଇଥିବା ବେଳେ ବ୍ରହ୍ମପୁର ବଜାରରେ ପିଆଜ ଖୁଚୁରାରେ ୨୪ ରୁ ୨୬ ଟଙ୍କାରେ ବିକ୍ରି ହେଉଛି । ସେହିଭଳି ହୋଲସେଲରେ ରେଟ ରହିଛି ୧୮ ଟଙ୍କା । ଫଳରେ ଗ୍ରାହକ ଅସନ୍ତୁଷ୍ଟ ଥିବା ବେଳେ କିଛି ବେପାରୀ ମଧ୍ୟ ପିଆଜ ବିକିବାକୁ ଡ଼ରିଗଲେଣି । କାରଣ ମହାରାଷ୍ଟ୍ରରୁ ପିଆଜ ଆମଦାନୀ ବନ୍ଦ ହୋଇଯାଇଛି । ଏବେ ଅପେକ୍ଷା ବାଙ୍ଗଲୋର ଓ ଆନ୍ଦ୍ରପ୍ରଦେଶ ପିଆଜକୁ । ତେବେ ପିଆଜ ଦର ବୃଦ୍ଧି ପାଇଥିବା ବେଳେ କଳାବଜାରୀର ଭୟ ମଧ୍ୟ ରହିଛି । ମାର୍କେଟରେ କଳା ବଜାରୀ ରୋକିବା ପାଇଁ କଡା ପଦକ୍ଷେପ ନେଉଛି ଜିଲ୍ଲା ପ୍ରଶାସନ ।

କିଛି ଦିନ ହେବ ଟମାଟୋ ଦର ୧୦୦ଟଙ୍କା ଛୁଇଁଥିଲା ଆଉ ଏବେ ପିଆଜ ଦର ବି ହୁ ହୁ ହୋଇ ବଢୁଛି । ଢେଙ୍କାନାଳ ପରିବା ବଜାରରେ ୩୦ ତାରିଖରେ ପିଆଜ କିଲୋ ପ୍ରତି ୧୪ ଟକାଂ ଥିବା ବେଳେ ଏବେ ୨୨ । କିଲୋପ୍ରତି ୬ ରୁ ୮ ଟଙ୍କା ବୃଦ୍ଧିକୁ ନେଇ ଚିନ୍ତାରେ ଖାଉଟି । ପିଆଜ ଦର ବୃଦ୍ଦି ସତ୍ୱେ ପ୍ରଶାସନ ପକ୍ଷରୁ କୌଣସି ନିର୍ଦିଷ୍ଟ ନିୟମାବଳୀ ଲାଗୁ ହୋଇନାହିଁ । ଫଳରେ ଜିଲ୍ଲାରେ ଥିବା ଗୋଦାମ ମାଲିକମାନେ ପିଆଜକୁ ଲୁଚାଇ ରଖି ଏକପ୍ରକାର କୃତ୍ରିମ ଅଭାବ ସୃଷ୍ଟ କରିଥିବା ଅଭିଯୋଗ ହୋଇଛି । ଏବେର ସ୍ଥିତି ଏଭଳି ହୋଇଛି ଯେ, ଦୈନିକ ୩ରୁ ୪ ପକେଟ ପିଆଜ ବିକୁଥିବା ଦୋକାନୀ ଏବେ ଗୋଟିଏ ବସ୍ତା ବିକ୍ରି କରିବା କଷ୍ଟକର ହୋଇପଡିଛି ।