ସରିଲା ପ୍ରଥମ ଦିନର ମାଟ୍ରିକ ପରୀକ୍ଷା । ପ୍ରଥମ ଦିନରେ ପରୀକ୍ଷା କେନ୍ଦ୍ର ପରିଦର୍ଶନ କଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ।

109

କନକ ବ୍ୟୁରୋ: ସରିଲା ପ୍ରଥମ ଦିନର ମାଟ୍ରିକ ପରୀକ୍ଷା । ମାତୃଭାଷା ପରୀକ୍ଷା ଦେଇଛନ୍ତି ପରିକ୍ଷାର୍ଥୀ । ଚଳିତ ବର୍ଷ ୩ ହଜାର ୨୧୮ଟି ପରୀକ୍ଷା କେନ୍ଦ୍ରରେ ମୋଟ୍ ୫ ଲକ୍ଷ ୪୧ ହଜାର ୨୪୭ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି । ଯେଉଁଥିରେ ୩୧୬ଟି ନୋଡାଲ କେନ୍ଦ୍ର ଖୋଲାଯାଇଛି । ନକ୍ସଲ ପ୍ରବଣ ଅଞ୍ଚଳରେ ୨୨ଟି ଥାନାରେ ନୋଡାଲ କେନ୍ଦ୍ର କରାଯାଇଛି । ପରୀକ୍ଷାର୍ଥୀମାନେ ପରୀକ୍ଷା କେନ୍ଦ୍ରକୁ କେବଳ ଆଡମିଟ କାର୍ଡ, ପେନ, ପେନସିଲ ଓ ଜ୍ୟାମିତି ବାକ୍ସ ନେବାକୁ ଅନୁମତି ରହିଛି । ପ୍ରଶ୍ନ ପତ୍ର ଭାଇରାଲ ରୋକିବା ପାଇଁ ମଧ୍ୟ ପଦକ୍ଷେପ ନିଆଯାଇଛି । ପରୀକ୍ଷା ସମୟରେ ଡ୍ୟୁଟିରେ ପଡିଥିବା ଶିକ୍ଷକ ଏବଂ ଶିକ୍ଷୟତ୍ରୀ ମାନେ ମୋବାଇଲ ବନ୍ଦ ରଖିବେ । ମାର୍ଚ୍ଚ ୧୭ ତାରିଖ ପର୍ଯ୍ୟନ୍ତ ଏହି ପରୀକ୍ଷା ଚାଲିବ । ମଧ୍ୟମା ଓ ଓପନ ସ୍କୁଲ ପରୀକ୍ଷା ମଧ୍ୟ ଏହି ସମୟ ମଧ୍ୟରେ ହେବ । କପି ରୋକିବାକୁ ମୋଟ୍ ୭୪ଟି ସ୍କ୍ୱାର୍ଡ ଗଠନ କରାଯାଇଛି ।

ପ୍ରଥମ ଦିନରେ ପରୀକ୍ଷାକେନ୍ଦ୍ର ପରିଦର୍ଶନ କରିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ପ୍ରତିକ୍ରିୟା ରଖି କହିଛନ୍ତି ପିଲାମାନେ ୭ଟା ୪୫ରେ ପ୍ରଶ୍ନ ପତ୍ର ପାଇଛନ୍ତି । ପରୀକ୍ଷା ଠିକ୍ ସମୟରେ ଆରମ୍ଭ ହୋଇଛି । ଶାନ୍ତି ଶୃଙ୍ଖଳା ସହ ପରୀକ୍ଷା ଆରମ୍ଭ ହୋଇଛି । ପିଲାମାନେ ପ୍ରଶ୍ନ ପତ୍ର ପାର୍ଟନ ପୂର୍ବରୁ ଜାଣିଛନ୍ତି ତେଣୁ ଡ଼ରିବାର ଆବଶ୍ୟକତା ନାହିଁ ପିଲାମାନେ ନିଶ୍ଚିତ ଭାବେ କରିବେ ବୋଲି କହିଛନ୍ତି ମନ୍ତ୍ରୀ ।