ଲିଙ୍ଗରାଜ ମନ୍ଦିର ସେବାୟତଙ୍କ ବୈଠକରେ ବାହାରିଲାନି ନିଷ୍କର୍ସ: ଖୁବଶୀଘ୍ର ସମସ୍ୟାର ସମାଧାନ କରିବାକୁ କହିଲେ ନିଯୋଗ ସମ୍ପାଦକ

50

କନକ ବ୍ୟୁରୋ: ଲିଙ୍ଗରାଜ ମନ୍ଦିର ସେବାୟତଙ୍କୁ ନେଇ ବସିଥିବା ବୈଠକରୁ ବାହାରିପାରିଲାନି ନିଷ୍କର୍ସ । ଲୋକସେବା ଭବନରେ ଗତକାଲି ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିଲା । ଯେଉଁଥିରେ ୩ ନିଯୋଗର ସଭାପତି ଓ ସମ୍ପାଦକଙ୍କ ସହିତ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ରାଜସ୍ୱ ଓ ଆଇନ ମନ୍ତ୍ରୀ, ଅର୍ଥ ସଚିବ, ରାଜସ୍ୱ ସଚିବ, ଦେବୋତର କମିସନର, ଖୋର୍ଦ୍ଧାର ଅତିରିକ୍ତ ଜିଲ୍ଲାପାଳ ପ୍ରମୁଖ ଉପସ୍ଥିତ ଥିଲେ । ବୈଠକରେ ୪ଟି ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା । ସେବାୟତଙ୍କ ନାମରେ ଥିବା ଜମି ଲିଙ୍ଗରାଜଙ୍କ ନାଁକୁ ଉଠିବା, ମନ୍ଦିର ସ୍ଥାୟୀ ଟ୍ରଷ୍ଟ ଗଠନ, ଲିଙ୍ଗରାଜ ମନ୍ଦିର ପାଇଁ ସ୍ୱତନ୍ତ୍ର ଆଇନ ଏବଂ ସେବାୟତଙ୍କ ବ୍ୟକ୍ତିଗତ ସମସ୍ୟା ସମ୍ପର୍କରେ ଆଲୋଚନା ହୋଇଥିଲା । ଯଦିଓ ବୈଠକରୁ କୌଣସି ନିଷ୍କର୍ଷ ବାହାରି ନାହିଁ ହେଲେ ଖୁବ୍ ଶୀଘ୍ର ସମସ୍ୟାର ସମାଧାନ ହେବ ବୋଲି ଆଶା ରହିଛି ବୋଲି ବଡୁ ନିଯୋଗର ସମ୍ପାଦକ କମଳାକାନ୍ତ ବଡୁ କହିଛନ୍ତି ।