ଫିଲ୍ମ ଦ କାଶ୍ମୀରକୁ ନେଇ ପୁଣି ପ୍ରତିକ୍ରିୟା ରଖିଲେ ଓମାର ଅବଦୁଲ୍ଲା । କହିଲେ, ଫିଲ୍ମକୁ ନେଇ କହିବିିନି କିଛି ବି କଥା ।

154

କନକ ବ୍ୟୁରୋ : ନ୍ୟାସନାଲ କନଫରେନ୍ସର ଅଧ୍ୟକ୍ଷ ତଥା ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ବଲିଉଡ୍ ଫିଲ୍ମ ‘ଦ କାଶ୍ମୀର ଫାଇଲ୍ସ’କୁ ନେଇ ଗୋଟିଏ ଦିନ ପୂର୍ବରୁ ମନ୍ତବ୍ୟ ଦେବା ପରେ ଏବେ ଏହି ପ୍ରସଙ୍ଗରେ କିଛି ବି କହିବାକୁ ମନା କରିଦେଇଛନ୍ତି । ଏହି ଫିଲ୍ମକୁ ନେଇ ସେ କିଛି ବି କଥା କହିବାକୁ ଚାହୁଁନାହାଁନ୍ତି ବୋଲି ଓମାର ଅବଦୁଲ୍ଲା କହିଛନ୍ତି ।

ତେବେ ଗୋଟିଏ ଦିନ ପୂର୍ବର୍ରୁ ଫିଲ୍ମ ଦ କାଶ୍ମୀର ଫାଇଲ୍ସକୁ ନେଇ ପ୍ରତିକ୍ରିୟା ରଖିଥିଲେ ଜାମ୍ମୁକାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା । ଏହି ଫିଲ୍ମରେ ଅନେକ ମିଛ କଥା ଦେଖାଯାଇଛି ସେ କହିଥିଲେ । ଖାଲି ସେତିକି ନୁହେଁ ଯେତେବେଳେ କାଶ୍ମୀରରେ ହିନ୍ଦୁ ପଣ୍ଡିତମାନଙ୍କ ଉପରେ ଅତ୍ୟାଚାର ହେଉଥିଲା, ସେତେବେଳେ କାଶ୍ମୀରରେ ରାଜ୍ୟପାଳ ଜଗମୋହନଙ୍କ ଶାସନ ଚାଲୁଥିଲା, ହେଲେ ଫିଲ୍ମରେ କିଛି ଭିନ୍ନ ଦେଖାଯାଇଛି । ସେହିପରି ଏହି ସମୟରେ କେନ୍ଦ୍ରରେ ବିଜେପି ସରକାର ଥିଲା ବୋଲି ସେ କହିଥିଲେ । ଯାହାକୁ ନେଇ ଅନେକ ବିବାଦ ମଧ୍ୟ ସୃଷ୍ଟି ହୋଇଥିଲା । ଆଉ ଏବେ ସେ ଏହି ପ୍ରସଙ୍ଗରେ କିଛି ବି କଥା କହିବାକୁ ମନା କରିଦେଇଛନ୍ତି ।

ଓମାର ଅବଦୁଲ୍ଲା ଆହୁରି ମଧ୍ୟ କହିଥିଲେ ଯେ, ମୁଁ ଏହା ଜାଣିବାକୁ ଚାହୁଁଛି ଯେ, ଏହି ଫିଲ୍ମ ଡକ୍ୟୁମେଣ୍ଟ୍ରି ନା କମର୍ସିଆଲ୍ ଫିଲ୍ମ । ଯଦି ଏହି ଫିଲ୍ମକୁ ଏକ ଡକ୍ୟୁମେଣ୍ଟ୍ରି ବୋଲି ଗ୍ରହଣ କରାଯିବ, ତେବେ ଫିଲ୍ମ ନିର୍ମାତା ନିଜେ ହିଁ କେବଳ ଦାବି କରିଛନ୍ତି ଏହା ସତ୍ୟ ଘଟଣା ଉପରେ ଆଧାରିତ । ଅନ୍ୟପଟେ ଯଦି ଏହି ଫିଲ୍ମକୁ ଏକ କର୍ମସିଆଲ୍ ଫିଲ୍ମ ଭାବେ ଗ୍ରହଣ କରାଯାଏଁ, ତେବେ ଏଥିରେ ଅନେକ ମିଛ କଥା ଦେଖାଯାଇଛି ବୋଲି ସେ କହିଛନ୍ତି ।