ସିନିୟରମାନେ ରୁମକୁ ଡାକି କରାଉଥିଲେ ବଡି ମସାଜ, ସଫା କରିବାକୁ ଦେଉଥିଲେ ଡ୍ରେସ । ରାଗିଂକୁ ନେଇ ସାଂଘାତିକ ଅଭିଯୋଗ ଆଣିଲେ ଅଲିମ୍ପିଆଡ ଦୂତୀ ଚାନ୍ଦ

366

କନକ ବ୍ୟୁରୋ : ରାଗିଂକୁ ନେଇ ସାଂଘାତିକ ଅଭିଯୋଗ ଆଣିଛନ୍ତି ଅଲିମ୍ପିଆନ ଦୂତୀ ଚାନ୍ଦ । ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଲେଖିଛନ୍ତି, ତାଙ୍କ ଅଂଗେ ନିଭାଇଥିବା କଥା । ସେ କହିଛନ୍ତି, ମୋ ସମୟରେ ବି ସ୍ପୋଟର୍ସ ହଷ୍ଟେଲରେ ରାଗିଂ ହେଉଥିଲା । ସିନିୟରମାନେ ରୁମକୁ ଡାକିକି ବଡି ମସାଜ କରାଉଥିଲେ । ନିଜର ସବୁ ଡ୍ରେସ ଧୋଇ ସଫା ବି କରିବା ପାଇଁ କହୁଥିଲେ । ଦୀର୍ଘ ୩ବର୍ଷ ଧରି ନିଜେ ଏହି ସିନିୟର ମାନଙ୍କ ଦ୍ୱାରା ରାଗିଂର ଶିକାର ହୋଇଛନ୍ତି । ଜୁନିୟର ବୋଲି ସିନିୟରମାନେ ତାଙ୍କୁ ନିର୍ଯାତନା ଦେଉଥିଲେ । କିନ୍ତୁ କାହାକୁ ବି ମନର କଥା କହି ହୁଏନି ।
ଗତକାଲି ବିଜେବି କଲେଜ ଛାତ୍ରୀ ଆତ୍ମହତ୍ୟା କରିବା ପରେ ରହସ୍ୟ ବଢୁଛି, ହଷ୍ଟେଲରେ ଚାଲିଥିବା ରାଗିଂକୁ ନେଇ ଗୁମର ଧିରେ ଧିରେ ଖୋଲୁଛି । ଗତକାଲି ହଷ୍ଟେଲର ଜଣେ ଅନ୍ତଃବାସୀ ଫୋନ ଯୋଗେ ହଷ୍ଟେଲରେ ଚାଲିଥିବା ସିନିୟରଙ୍କ ରାଗିଂ ଏବଂ ସୁପରିଟେଣ୍ଡେଣ୍ଟଙ୍କ ବାବଦରେ କହିଥିବା ବେଳେ ଆଜି ଦୂତୀ ଚାନ୍ଦ ରାଗିଂକୁ ନେଇ ସାଂଘାତିକ୍ ଅଭିଯୋଗ ଆଣିଛନ୍ତି