ଅନ୍ତର୍ଜାତୀୟ ମଂଚରେ ଓଡ଼ିଆ ପ୍ରତିଭା ! ମିସେସ୍ ଇଣ୍ଡିଆ ୱଲର୍ଡ ୱାଇଡ୍ ଫାଇନାଲରେ ସୁଶ୍ରୀତା ଏବଂ ଏକତା

35

ଜାତୀୟ ଏବଂ ଅନ୍ତର୍ଜାତୀୟ ମଂଚରେ ଓଡିଆ ପ୍ରତିଭାଙ୍କ ଜୟଯାତ୍ରା ଅତୀତରେ ଅନେକ ଦେଖିବାକୁ ମିଳିଛି । ଏକାଧିକ ଓଡିଆ ନିଜ ପ୍ରତିଭା ବଳରେ ସୃଷ୍ଟି କରିଛନ୍ତି ସ୍ୱତନ୍ତ୍ର ପରିଚୟ । କୌଣସି ରିୟଲିଟି ସୋ ହେଉ କିମ୍ବା ସୌନ୍ଦର୍ଯ୍ୟ ପ୍ରତିଯୋଗିତା, ଅନେକ ପ୍ରତିଭା ଓଡିଶା ପାଇଁ ଗୌରବର କାରଣ ପାଲଟିଛନ୍ତି । ଏବେ ଏହି ଓଡିଆ ପ୍ରତିଭାଙ୍କ ମଧ୍ୟରେ ଯୋଡି ହୋଇଛି ଆଉ ଦୁଇ ନାମ । ସେମାନେ ହେଲେ ସୁଶ୍ରୀତା ଚୌଧୁରୀ ଏବଂ ଏକତା ସ୍ୱାଇଁ ଓବରୟ ।

ସମ୍ମାନଜନକ ହଟ୍ ମଣ୍ଡ୍ ମିସେସ୍ ଇଣ୍ଡିଆ ୱଲର୍ଡ ୱାଇଡ୍ ପ୍ରତିଯୋଗିତାର ଫାଇନାଲକୁ ସିଲେକ୍ଟ ହୋଇଛନ୍ତି ଉଭୟ ସୁଶ୍ରୀତା ଏବଂ ଏକତା । ଦିଲ୍ଲୀରେ ଅଗଷ୍ଟ ୫ ତାରିଖରେ ଏହି ପ୍ରତିଯୋଗୀତାର ଚୁଡାନ୍ତ ପର୍ଯ୍ୟାୟ ହେବ ।

ସୁଶ୍ରୀତାଙ୍କ ଜନ୍ମ ଭୁବନେଶ୍ୱରରେ ହୋଇଥିବା ବେଳେ ସେ ରିଜର୍ଭ ପୋଲିସର ଏସପି ଥିବା ସୁନିଲ କୁମାର ଚୌଧୁରୀ ଏବଂ ମମତା ଚୌଧୁରୀଙ୍କ କନ୍ୟା । ସୁଶ୍ରୀତା ଏକ ଖ୍ୟାତନାମା କମ୍ପାନୀରେ ଏଚଆର ଭାବେ ଚାକିରି କରୁଛନ୍ତି । ସେହପରି କଟକରେ ଜନ୍ମଗ୍ରହଣ କରିଥିବା ଏକତା ରେଭେନ୍ସାରୁ ନିଜ ଗ୍ରାଜୁଏସନ୍ ଶେଷ କରିବା ପରେ ଏମବିଏ କରିଥିଲେ । ବର୍ତ୍ତମାନ ସେ ବେଙ୍ଗାଲୁରୁର ଷ୍ଟାଣ୍ଡର୍ଡ ଚାଟାର୍ଡ ବ୍ୟାଙ୍କରେ ଆସିଷ୍ଟାଂଟ୍ ଭାଇସ୍ ପ୍ରେସିଡେଂଟ୍ ଅଛନ୍ତି ।