ଗାଁରେ ଉତ୍କଳ ବିଶ୍ୱବିଦ୍ୟାଳୟ ! ଯାଜପୁର ସିହା ଗାଁରେ ପ୍ରତିଷ୍ଠା ହେବ ଉତ୍କଳ ବିଶ୍ୱବିଦ୍ୟାଳୟର ଗ୍ରାମୀଣ କ୍ୟାମ୍ପସ

25

କନକ ବ୍ୟୁରୋ : ଯାଜପୁର ଜିଲ୍ଲା ସିହା ଗାଁରେ ପ୍ରତିଷ୍ଠା ହେବ ଉତ୍କଳ ବିଶ୍ୱବିଦ୍ୟାଳୟର ଗ୍ରାମୀଣ କ୍ୟାମ୍ପସ । ପ୍ରସ୍ତାବିତ ଏହି ଗ୍ରାମୀଣ କ୍ୟାମ୍ପସ ପ୍ରତିଷ୍ଠା ପରେ ଢେଙ୍କାନାଳ, କେନ୍ଦ୍ରାପଡା, ଜଗତସିଂପୁର ଓ ଯାଜପୁର ଜିଲ୍ଳାର ଛାତ୍ରଛାତ୍ରୀମାନେ ବୈଷୟୀକ ଶିକ୍ଷା ଗ୍ରହଣ କରି ସ୍ୱାବଲମ୍ବି ହେବା ଦିଗରେ ଏହି ବିଶ୍ୱବିଦ୍ୟାଳୟ ପ୍ରମୁଖ ଭୂମିକା ଗ୍ରହଣ କରିବ ।

୬୬ଏକର ୨୩ ଡେସିମିଳ ଜମିରେ ହେବାକୁ ଥିବା ଏହି ଗ୍ରାମୀଣ କ୍ୟାମ୍ପସକୁ ଅନୁଧ୍ୟାନକାରୀ ଦଳ ଭିତ୍ତିଭୂମି ପରିଦର୍ଶନ କରି ଫେରିଛନ୍ତି । ବିଧାୟକ ଅମର ଶତପଥିଙ୍କ ଓ ବିଶ୍ୱବିଦ୍ୟାଳୟ ପିଜି କାଉନସିଲର ଅଧ୍ୟକ୍ଷ ବ୍ରହ୍ମାନନ୍ଦ ଶତପଥିଙ୍କ ସମେତ ମହାବିଦ୍ୟାଳୟ ଉନ୍ନୟନ ପରିଷଦର ନିର୍ଦ୍ଦେଶକ ସନ୍ତୋଷ କୁମାର ମିଶ୍ରଙ୍କ ସମେତ ବହୁ ଅଧିକାରୀ ପ୍ରସ୍ତାବିତ ଗ୍ରାମୀଣ କ୍ୟାମ୍ପସର ଭିତ୍ତିଭୂମି ପରିଦର୍ଶନ କରିଛନ୍ତି  ।