ରାଜ୍ୟରେ ତଳମୁହାଁ କରୋନା ସଂକ୍ରମଣ : ଗୋଟିଏ ଦିନରେ ୫ ହଜାର ୮୯୧ ନୂଆ ଆକ୍ରାନ୍ତ ଚିହ୍ନଟ, ୭ ମୃତ

118

କନକ ବ୍ୟୁରୋ : ରାଜ୍ୟରେ ତଳମୁହାଁ କରୋନା ସଂକ୍ରମଣ । ଗତ ୨୪ ଘଂଟାରେ ୫ ହଜାର ୮୯୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୮୫୨ଜଣ ୧୮ ବର୍ଷରୁ କମ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୩ ହଜାର ୪୧୩ ଜଣ ଥିବା ବେଳେ ସ୍ଥାନୀୟ ସଂକ୍ରମିତ ୨ ହଜାର ୪୭୮ ଜଣ ଅଛନ୍ତି ।

ଖୋର୍ଦ୍ଧାରୁ ୧୫୦୦ ଥିବା ବେଳେ ସୁନ୍ଦରଗଡ଼ରୁ ୫୦୧, କଟକରୁ ୪୭୮, ବାଲେଶ୍ୱରରୁ ୨୩୪, ଯାଜପୁରରୁ ୨୧୯, ମୟୂରଭଂଜରୁ ୨୧୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୨ ଲକ୍ଷ ୧୭ ହଜାର ୮୪୨ଜଣ । ସୁସ୍ଥ ହୋଇଛନ୍ତି ୧୧ ଲକ୍ଷ ୩୧ ହଜାର ୯୧୭ଜଣ । ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୭୭ ହଜାର ୩୪୦ଜଣ । ୫୯ ହଜାର ୮୦୭ ଜଣ ନମୁନା ପରୀକ୍ଷା ହୋଇଛି ।