ଅମିତ ଶାହାଙ୍କୁ ଚିଠି ଲେଖିଲେ ଅନ୍ନା ହଜାରେ । ୨୫ ହଜାର କୋଟି ଘୋଟାଲାର ଯାଞ୍ଚ କରିବାକୁ କଲେ ଅନୁରୋଧ ।

278

କନକ ବ୍ୟୁରୋ: ଅମିତ ଶାହାଙ୍କୁ ଚିଠି ଲେଖିଲେ ଅନ୍ନା ହଜାରେ । ମହାରାଷ୍ଟ୍ରର ସରକାରୀ ଚିନି ମିଲିକୁ କମ୍ ଦାମରେ ବିକ୍ରି କରାଯାଇଥିବା ଅଭିଯୋଗ ଆଣି ଅନ୍ନା ହଜାରେ କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଚିଠି ଲେଖିଛନ୍ତି । ଖାଲି ସେତିକି ନୁହେଁ ୨୫ ହଜାର କୋଟି ଟଙ୍କାର ଏହି ଘୋଟାଲାକୁ ସୁପ୍ରିମକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତି ତଦନ୍ତ କରନ୍ତୁ ବୋଲି ସେ ଚିଠିରେ ଉଲ୍ଲେଖ କରିଛନ୍ତି ।

ଅମିତ ଶାହାଙ୍କୁ ଲେଖିଥିବା ଚିଠିରେ ଅନ୍ନା ଉଲ୍ଲେଖ କରିଛନ୍ତି ଯେ, ୨୦୦୯ ମସିହାରେ ଚିନି ମିଲିକୁ ଶାଗ ମାଛ ଦରରେ ବିକ୍ରି ହୋଇଥିବା ନେଇ ସେ ବିରୋଧ ପ୍ରଦର୍ଶନ କରୁଛନ୍ତି । ୨୦୧୭ରେ ସେ ଏନେଇ ମୁମ୍ବାଇରେ ଅଭିଯୋଗ ଦାୟର କରିବା ସହିତ ଏହି ମାମଲାର ଡିଆଇଜି ସ୍ତରରେ ଜଣେ ଅଧିକାରୀ ଯାଞ୍ଚ କରିଥିଲେ । ହେଲେ ଏହାପରେ ଏହି ଯାଞ୍ଚକୁ ବନ୍ଦ କରାଇ ଦିଆଯିବା ସହିତ ଏଥିରେ କୌଣସି ଅନିୟମିତତା ହୋଇନି ବୋଲି କୁୁହାଯାଇଥିଲା ।

ତେବେ ଏନେଇ ଅନ୍ନାଙ୍କ କହିବା କଥା, ଯଦି ମହାରାଷ୍ଟ୍ର ସରକାର ଏହି ୨୫ ହଜାର କୋଟି ଟଙ୍କା ଘୋଟାଲାର କିଛି କାର୍ଯ୍ୟାନୁଷ୍ଠାନ ନେବ ନାହିଁ । ତେବେ କିଏ ଏହାର ତଦନ୍ତ କରିବ? ଯଦି କେନ୍ଦ୍ର ସରକାର ଏହି ଚିନି ମିଲକୁ ବିକ୍ରି ହେବାର ମାମଲାକୁ ଉଚ୍ଚସ୍ତରୀୟ କମିଟି ଦ୍ୱାରା ଯାଞ୍ଚ କରନ୍ତି ତେବେ ଠିକ୍ ହୁଅନ୍ତା ବୋଲି ଅନ୍ନା ଚିଠିରେ ଉଲ୍ଲେଖ କରିଛନ୍ତି ।