ରାଜ୍ୟରେ କମୁଛି କରୋନା : ୨୪ଘଣ୍ଟାରେ ୧୮୬୪ ନୂଆ ଆକ୍ରାନ୍ତ ଚିହ୍ନଟ, ୬୮ ମୃତ

142

କନକ ବ୍ୟୁରୋ : ରାଜ୍ୟରେ କମୁଛି କରୋନା ସଂକ୍ରମଣ । ଗତ ୨୪ଘଣ୍ଟାରେ ୧୮୬୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥି ମଧ୍ୟରୁ ୧୦୮୨ ସଙ୍ଗରୋଧରୁ ଓ ସ୍ଥାନୀୟ ଅଞ୍ଚଳରୁ ୭୮୨ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୪୯୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଅନୁଗୁଳରୁ ୬୯, ବାଲେଶ୍ୱର ୧୧୪, ବରଗଡ ୨୪, ଭଦ୍ରକ ୬୫, ବଲାଙ୍ଗୀର ୫, ବୌଦ୍ଧ ୩, କଟକ ୨୨୧, ଦେବଗଡ ୬, ଢେଙ୍କାନାଳ ୮୪, ଗଜପତି ୩, ଗଞ୍ଜାମ ୧୨, ଜଗତସିଂହପୁର ୮୯, ଯାଜପୁର ୧୦୭, ଝାରସୁଗୁଡା ୮, କଳାହାଣ୍ଡି ୭, କନ୍ଧମାଳ ୧୬, କେନ୍ଦ୍ରାପଡା ୫୯, କେନ୍ଦୁଝର ୪୪, କୋରାପୁଟ ୭, ମାଲକାନଗିରି ୧୨, ମୟୂରଭଞ୍ଜ ୫୭, ନବରଙ୍ଗପୁର ୨, ନୟାଗଡ ୬୬, ନୂଆପଡା ୯, ପୁରୀ ୫୯, ରାୟଗଡା ୨୪, ସମ୍ବଲପୁର ୩୪, ସୋନପୁର ୬, ସୁନ୍ଦରଗଡ ୫୬, ଷ୍ଟେଟ ପୋଲରୁ ୧୦୦ ଜଣ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୬୫ ହଜାର ୭୧୫ ରହିଛି । ସେଥିରୁ ସୁସ୍ଥ ହୋଇଛନ୍ତି ୯ ଲକ୍ଷ ୪୧ ହଜାର ୨୦୩ଜଣ । ଏବେବି କରୋନା ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି ୧୯ ହଜାର ୧୩ଜଣ । ଆଜି ୬୮ ମୃତ୍ୟୁର ହିସାବ ଦେଇଛନ୍ତି ସରକାର ।