ତୀରନ୍ଦାଜି ପ୍ରତିଯୋଗିତାରେ କମାଲ ଦେଖାଇଲେ ଦୀପିକା-ପ୍ରବୀଣଙ୍କ ଜୋଡି । ଚୀନି ତାଇପେକୁ ହରାଇ କ୍ୱାଟର ଫାଇନାଲରେ ପ୍ରବେଶ କଲା ଭାରତ

287

କନକ ବ୍ୟୁରୋ : ଟୋକିଓ ଅଲମ୍ପିକ୍ସର ଦ୍ୱିତୀୟ ଦିନରେ ତୀରନ୍ଦାଜି ପ୍ରତିଯୋଗିତାରେ ଭାରତୀୟ ମିଶ୍ରିତ ଯୋଡି ଦୀପିକା କୁମାରୀ ଏବଂ ପ୍ରବୀଣ ଯାଦବଙ୍କ ବେସ୍ ଭଲ ପ୍ରଦର୍ଶନ ଦେଖିବାକୁ ମିଳିଛି । ତିରନ୍ଦାଜି ପ୍ରତିଯୋଗୀତାରେ ବିଜ ହାସଲ କରି କ୍ୱାଟର ଫାଇନାଲରେ ପହଞ୍ଚିଛନ୍ତି ଦୀପିକା ଓ ପ୍ରବୀଣଙ୍କ ଯୋଡି ।
ତିରନ୍ଦାଜି ପ୍ରତିଯୋଗିତାରେ ଦୀପିକା ଏବଂ ପ୍ରବୀଣଙ୍କ ସହ ମୁକାବିଲାକୁ ଓହ୍ଲାଇଥିଲେ ଚୀୟା-ଇନ୍ ଲିନ୍ ଏବଂ ଚିହ-ଚୁନ୍ ତାଙ୍ଗ । ଏହି ପ୍ରତିଯେଗିତାରେ ଭାରତ ଚୀନି ତାଇପେକୁ ୫-୩ରେ ପରାସ୍ତ କରିଛି । ଆଉ କ୍ୱାଟର ଫାଇନାଲରେ ପ୍ରବେଶ କରିଛି ଭାରତ । ଏବେ କ୍ୱାଟର ଫାଇନାଲରେ ସାଉଥ୍ କୋରିଆ ଦଳ ସହ ମୁକାବିଲା କରିବେ ଦୀପିକା ଓ ପ୍ରବୀଣ ।

ସେପଟେ ସୁଟିଂରେ ଟୋକିଓରୁ ଆସିଛି ନିରାଶା ଖବର । ୧୦ ମିଟର ସୁଟିଂରେ ନିରାଶ କରିଛନ୍ତି ଅପୂର୍ବୀ ଚାଣ୍ଡିଲା ଓ ଇଲାବେନିଲ । ବିଶ୍ୱର ୧ ନଂ ର୍ୟାଙ୍କରେ ଥିବା ଇଲାବେନିଲ ଓ ପୂର୍ବତନ ୧ ନଂ ର୍ୟାଙ୍କରେ ଥିବା ଅପୂର୍ବୀ ଚାଣ୍ଡିଲା, ଉଭୟ ୧୦ ମିଟରର ମେଡାଲ ରାଉଣ୍ଡକୁ ଉଠି ପାରିନାହାନ୍ତି ।