ଓଡିଶା ଲୋକସେବା ଆୟୋଗର ସ୍ବନକ୍ଷେତ୍ର ଦିବସ । ଜାଣନ୍ତୁ କାହିଁକି ଓଡିଶା ଲୋକଙ୍କ ବିଶ୍ୱାସ ଜିତିଛି ଲୋକସେବା ଆୟୋଗ

117
ଆଜି ଲୋକସଭା ଆୟୋଗର ୭୪ ତମ ସ୍ବନକ୍ଷେତ୍ର ଦିବସ ଯଦିଓ ଓଡିଶା ୧୯୩୬ ଏପ୍ରିଲ         ୧ ତାରିଖ ଠାରୁ ଏକ ସ୍ବତନ୍ତ୍ର ପ୍ରଦେଶ ହେଲା ମାତ୍ର ସେହି ସମୟରେ ଏହା ଓଡିଶା ବିହାର ସମ୍ମିଳିତ ଲୋକସଭା ଆୟୋଗ ହୋଇ ରହିଥିଲା । ଦେଶ ସ୍ବାଧୀନତା ପରେ ସାମ୍ଭିଧାନିକ ବ୍ୟବସ୍ଥା ଅନୁଯାୟୀ ୧.୪.୪୯ ମସିହାରେ ଓଡିଶା ଲୋକସଭା ଆୟୋଗ ଜନ୍ମହୋଇଥିଲା । ସମ୍ଭିଧାନର ୩୧୫ ଧାରା ଅନୁଯାୟୀ ପ୍ରତ୍ୟେକ ପ୍ରଦେଶରେ ଏହି ଲୋକ ସଭା ଆୟୋଗ ଗଠନ କରାଯାଇଛି ଏବଂ ଧାରା ୩୨୦ ଅନୁସାରେ ଏହାର କାର୍ୟ୍ୟ ପରିସୀମା ବାଖ୍ୟା କରାଯାଇଅଛି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ହେଲା, ସରକାରଙ୍କ ଦ୍ବାରା ସୃଷ୍ଟି ବିଭିନ୍ନ ପଦ ପଦବୀ ଯାହାକି ସରକାରଙ୍କ ତରଫରୁ ଜନସାଧାରଣଙ୍କୁ ବିଭିନ୍ନ ସେବା ଯୋଗାଇ ଦେବା ପାଇଁ  ଉଦ୍ଦିଷ୍ଟ ପଦବୀ ପୂରଣ କରିବା । ସ୍ବଚ୍ଛ, ନିରପେକ୍ଷ, ଏକ ମେଧାଭିତ୍ତିକ ଚୟନ ପ୍ରକ୍ରିୟା ଦ୍ବାରା ସମ୍ପାଦାନ କରିବା ଏବଂ ଯୋଗ୍ୟ ପ୍ରାର୍ଥୀଙ୍କୁ ସୁପାରିଶ କରିବା ଏହି ଆୟୋଗର ମୌଳିକ କର୍ତ୍ତବ୍ୟ ।  ଏହି ସଂସ୍ଥା ଗଠନର ସୁଦୂର ପ୍ରସାରୀ ଆଭିମୁଖ୍ୟର ଏକ ତୀର୍ୟ୍ୟକ ଆଲୋଚନା ଏଠାରେ ଉପସ୍ଥାପନା କରାଯାଇ ପାରେ । ମନକୁ ସ୍ବତଃ ପ୍ରଶ୍ନ ଆସେ ଏହି ଦାୟିତ୍ବ ସରକାର ନିଜ ଉପରକୁ ଆଣିବାର ବ୍ୟବସ୍ଥା କରାଯାଇ ପାରିଥାଆନ୍ତା, ମାତ୍ର କାହିଁକି ଲୋକସେବା ଆୟୋଗପରି ସରକାରଙ୍କ ନିୟନ୍ତ୍ରଣ ମୁକ୍ତ ଏକ ସାମ୍ବିଧାନିକ ଅନୁଷ୍ଠାନର ଅବତାରଣା କରାଗଲା । ଆମ୍ଭର ଏହି ଗଣତାନ୍ତ୍ରିକ ଶାସନରେ ବିଭିନ୍ନ ରାଜନୈତିକ ଦଳ ନିର୍ବାଚନରେ ଭାଗନେଇ ଥାଆନ୍ତି ଏବଂ ଯେଉଁ ଦଳ ସଂଖ୍ୟା ଗରିଷ୍ଠତା ହାସଲ କରେ ସେହି ଦଳ ସରକାର ଗଠନ କରେ ଏବଂ ସେମାନେ ରାଜ୍ୟ ତଥା ଦେଶର ଶାସନ ନିର୍ବାହ କରନ୍ତି । ସେସବୁ ରାଜନୈତିକ ଦଳର ବିଭିନ୍ନ ନାଗରିକ ଅନୁଗତ ଗୋଷ୍ଠୀ ସବୁଅଛନ୍ତି, ଯେଉଁ ମାନଙ୍କ ପୃଷ୍ଠପୋଷକତା ଉପରେ ରାଜନୈତିକ ଦଳର ଭାଗ୍ୟ ସମ୍ପୁର୍ଣ୍ଣ ନିର୍ଭର କରେ । ଏଣୁ ନିଜର ରାଜନୈତିକ ଆଭିମୁଖ୍ୟକୁ ଚରିତାର୍ଥ କରିବା ପାଇଁ ସେହି ଅନୁଗତ ଗୋଷ୍ଠୀକୁ ସନ୍ତୁଷ୍ଟିକରଣ ନିମିତ୍ତ ଶାସକଦଳ ବିଭିନ୍ନ ପଦପଦବୀ ତାର ସମର୍ଥକ ମାନଙ୍କ ମଧ୍ୟରେ ନିଯୁକ୍ତ କରିବାର ସମ୍ଭାବନା ଢେର ଅଧିକା ଥିବାରୁ ଏକ ସ୍ବାଧୀନ, ନିରପେକ୍ଷ, ସ୍ବଚ୍ଛ ନିଯୁକ୍ତି ପ୍ରକ୍ରିୟା ନିମିତ୍ତ ଏହି ଅନୁଷ୍ଠାନ ଗୁଡିକର ଆବଶ୍ୟକତା ଅନୁଭବ କରାଗଲା । ଏହା ସମ୍ବିଧାନରେ ସ୍ଥାନ ପାଇଲା । ଏହା ସମ୍ଭିଧାନ ପ୍ରଣେତା ମାନଙ୍କର ଦୂର ଦୃଷ୍ଟିର ସମ୍ୟକ ପରିଚୟ ଦିଏ କହିଲେ ଅତିରଞ୍ଜିତ ହେବନାହିଁ । ଏହି ଶାସନ ବ୍ୟବସ୍ଥାର ଏକ କ୍ରମଣିକା ଇତିହାସ ପୃଷ୍ଠାରୁ ଉପସ୍ଥାପନା କରାଯାଇପାରେ । ୧୮୫୮ ମସିହା ଠାରୁ ବ୍ରିଟିଶ ପାର୍ଲାମେଣ୍ଟ ଅନୁମୋଦିତ ଭାରତ ଶାସନ ପାଇଁ  ICS ପଦବୀ ସୃଷ୍ଟିକରାଗଲା । ସେହି ICSର ଚୟନ ଲଣ୍ଡନରେ ହେବାର ବ୍ୟବସ୍ଥା ଥିଲା ଏବଂ ଏଥିପାଇଁ ଲିଖିତ ଏବଂ ମୌଖିକପରୀକ୍ଷା ପ୍ରାର୍ଥୀମାନଙ୍କୁ ଦେବାକୁ ପଡୁଥିଲା । ଏଥିରେ ପ୍ରାୟତଃ ବ୍ରିଟିଶ୍ ନାଗରିକ ମାନେ କୃତକାର୍ୟ୍ୟ ହେଉଥିଲେ ଏବଂ ଭାରତୀୟ ମାନଙ୍କ ପ୍ରତିନିଧିତ୍ବ ଏଥିରେ ପ୍ରାୟ ନଥିଲା । ଏପରିକି ୧୯୧୨ ମସିହା ପର୍ୟ୍ୟନ୍ତ ଏହି ସେବାରେ ଭାରତୀୟ ମାନଙ୍କ ପ୍ରତିନିଧିତ୍ବ ସମଗ୍ର ପଦବୀର ୫% ଥିଲା । ଏହି ICS ମାନେ ଶାସନର ସର୍ବୋଚ୍ଚ ସ୍ଥରରେ ଅବସ୍ଥାପିତ ହେଉଥିଲେ । ଏମାନଙ୍କୁ ସହଯୋଗ କରିବା ପାଇଁ ଯେଉଁ ମାନଙ୍କୁ
ନିଯୁକ୍ତି ଦିଆଯାଉଥିଲା ତାହା (Subordinate Class), ICS ମାନଙ୍କର ଖିଆଲି ଉପରେ ନିର୍ଭର କରୁଥିଲା, ଯଥା ସମ୍ଭ୍ରାନ୍ତ ଜମିଦାର ବଂଶର ବ୍ୟକ୍ତି, କିମ୍ବା ଉଚ୍ଚଶିକ୍ଷିତ ବ୍ୟକ୍ତି ଏହିପରି ବ୍ୟକ୍ତିଙ୍କୁ ନିଯୁକ୍ତି ଦିଆଯାଉଥିଲା, ଯାହା ପକ୍ଷପାତିତା, ବାଛ ବିଚାର ତଥା ସ୍ବାର୍ଥ ସମ୍ବଳିତ ଥିଲା କହିଲେ ଭୁଲ ହେବନାହିଁ କ୍ରମଶଃ ଶାସନର ବ୍ୟବସ୍ଥା, ରୂପରେଖ କିଛିଟା ବ୍ୟାପକ ହେବାକୁ ଲାଗିଲା, ସେଥିପାଇଁ ଅଧିକ ନିଯୁକ୍ତିର ଆବଶ୍ୟକତା ସୃଷ୍ଟିହେଲା । ଏଣୁ Government of India Act ୧୯୧୯ ରେ ଏକ ନିରପେକ୍ଷ, ସ୍ବାଧିନ, ଅନୁଷ୍ଠାନର ବ୍ୟବସ୍ଥା କରାଗଲା ଯାହା ଉପରେ ପଦପଦବୀ ଚୟନ ଦାୟିତ୍ବ ନ୍ୟସ୍ତ ହବାର ବରାଦ ଥିଲା, ମାତ୍ର ପ୍ରଥମେ Non-cooperation Movement,  ପରେ Simon Commission ପ୍ରତି ବିଦ୍ରୋହାତ୍ମକ ମନୋଭାବ ଯୋଗୁ ତାହା କାର୍ୟ୍ୟକାରୀ ହୋଇପାରିନଥିଲା । ମାତ୍ର Government of India Act ୧୯୩୫ ରେ ଏହା ସ୍ଥାନ ପାଇଥିଲା, ଯଦ୍ବାରା ୧୯୩୬ ଠାରୁ ପ୍ରତ୍ୟେକ କ୍ଟ୍ରକ୍ସକ୍ଟଙ୍ଖସଦ୍ଭମର ସ୍ତରରେ ଏକ କମିଶନ ରହିବାର ବ୍ୟବସ୍ଥା କରାଗଲା । ତେଣୁ ଏହି ପୃଷ୍ଠ ଭୂମିରେ କମିଶନର ଗୁରୁତ୍ବ ଦାୟିତ୍ବ ହେଲା ନିରପେକ୍ଷ, ସ୍ବାଧୀନ, ସ୍ବଚ୍ଛ, ମେଧାଭିତ୍ତିରେ ପ୍ରାର୍ଥୀ ଚୟନ ମାଧ୍ୟମରେ ସମାଜର ଶ୍ରଦ୍ଧାଭାଜନ ହେବା, କୌଣସି ଚାପ, ପ୍ରଭାବ, ଓ ପ୍ରଲୋଭନ ମୁକ୍ତ ରହି ଅବାଧ ପରୀକ୍ଷା ପରିଚାଳନା ମାଧ୍ୟମରେ  ମେଧାବୀ, ଦକ୍ଷ, ଯୋଗ୍ୟ ପ୍ରାର୍ଥୀଙ୍କୁ ବିଭିନ୍ନ ପଦପଦବୀ ପାଇଁ ସୁପାରିଶ କରିବାର ସୁଯୋଗ ସୃଷ୍ଟି କରିବା ଏହାର ପ୍ରତ୍ୟେକ କାର୍ୟ୍ୟରେ ଜନସାଧାରଣ ତଥା ବିଶେଷ ଭାବରେ ପ୍ରାର୍ଥୀମାନଙ୍କର ଆସ୍ଥା ଓ ବିଶ୍ବାସ ଅତୁଟ ରହିବା ଅତ୍ୟନ୍ତ ଅପରିହାର୍ୟ୍ୟ । ଏଣୁ ସମସ୍ତ କର୍ମଚାରୀ ମାନେ, ନିଷ୍ଠା ସତ୍ୟ, ନ୍ୟାୟ ଭିତ୍ତିରେ କର୍ତ୍ତବ୍ୟ ସମ୍ପାଦନ କରି ଲୋକସେବା ଆୟୋଗର କାର୍ୟ୍ୟଶୈଳୀରେ ପାରଦର୍ଶିତା ଆଣିବାକୁ ଚେଷ୍ଟା କରିବା ଆଜିର ଧେୟ । ଏହାକୁ ଭିତ୍ତିକରି ଲୋକସେବା ଆୟୋଗର ଗାରିମା ବୃଦ୍ଧି ପାଇବ ଏବଂ ଏହା ରାଜ୍ୟବାସୀଙ୍କ ନିକଟରେ ଏକ ବିଶ୍ବାସନୀୟ ଅନୁଷ୍ଠାନ ଭାବରେ ନିଜକୁ ଗଢିତୋଳି ପାରିବ । କାର୍ୟ୍ୟଶୈଳୀ, ଦକ୍ଷତା ଏବଂ ବିଭିନ୍ନ ଅଭିନବ ପଦ୍ଧତି ପ୍ରୟୋଗ କରିବା ଦ୍ବାରା UPSC, ଜନସାଧାରଣଙ୍କ ଦୃଷ୍ଟିରେ ଏକ ଉଦାହରଣ ସୃଷ୍ଟି କରିପାରିଛି ଏବଂ କଥାରେ କଥାରେ ଲୋକମାନଙ୍କ ମଧ୍ୟରେ UPSC ସହିତ ତୁଳନା ଆପେ ଆପେ ଆସିଯାଉଛି PSCର କାର୍ୟ୍ୟ ପଦ୍ଧତି ସମୀକ୍ଷା କରିବା ସମୟରେ । ଏଣୁ ଆଜିର ଏହି ସ୍ବନକ୍ଷେତ୍ର ଦିବସରେ  ଆମ୍ଭ ସମସ୍ତଙ୍କ ପାଇଁ ଏକ ବଡ challenge କିପରି ଆମେ PSC କୁ ଅଧିକ ଗୌରବାନ୍ବିତ କରିପାରିବା ଉତୁକୃଷ୍ଟ କାର୍ୟ୍ୟ ଶୈଳୀ ମାଧ୍ୟମରେ, କର୍ତ୍ତବ୍ୟର ସୂଚାରୁ ସମ୍ପାଦନା ଭିତ୍ତିରେ । ଏଥିପାଇଁ ଆବଶ୍ୟକ ଏକ ବଡ ସଂକଳ୍ପ ଆଦର୍ଶ କର୍ତ୍ତବ୍ୟ ବୋଧର । ଏଣୁ ଓଡିଶା ରାଜ୍ୟର ଜନସାଧାରଣ ମାନଙ୍କୁ ଉତୁକୃଷ୍ଟ ସେବା ଯୋଗାଇ ଦେବା ପାଇଁ ଆମ୍ଭେ ସମସ୍ତେ ଆଜି ଶପଥ ନେବା । ଏହା ନୁହେଁ ଯେ ଆମ୍ଭ ମାନଙ୍କର ଦକ୍ଷତା କିଛିଟା କମି ରହିଯାଇଛି, ବା OPSC ଲୋକଙ୍କର ଆସ୍ଥା ହରାଇ ଦେଇଛି ମାତ୍ର ଏହି ଅନୁଷ୍ଠାନକୁ ଆହୁରି ଅନେକ ବାଟ ଯିବାକୁ ଅଛି ତାର ସଫଳତାର ଶିଖରରେ ପହଞ୍ଚିବା ପାଇଁ, ଯାହାକି ସମ୍ଭବ ପ୍ରତ୍ୟେକ କର୍ମଚାରୀଙ୍କର ନିଷ୍ଠା, କର୍ତ୍ତବ୍ୟପରାୟଣ ଉପରେ । ଏହି କର୍ମଚାରୀ ସମସ୍ତ ଭିତରେ ପ୍ରେରଣାର ସ୍ନୁଲିଙ୍ଗ ଉଦଗୀରଣ ହେଉ PSCକୁ ଆହୁରି ଅଧିକ ଗୌରବାନ୍ବିତ କରିବାକୁ ।
ଶାସନର ଖାପକଣ ଯେତେ ବଢୁଛି ଉପଯୁକ୍ତ ସେବା ଯୋଗାଇ ଦେବା ପାଇଁ ସୃଷ୍ଟ ପଦପଦବୀ ଯଥା ଶୀଘ୍ର ପୂରଣ କରିବାର ଆବଶ୍ୟକତା ଅଧିକ ହେଉଛି । ଏଣୁ PSCରେ  ବିଗତ ବର୍ଷମାନଙ୍କରେ ଅପେକ୍ଷା କୃତ ଅଧିକ ପ୍ରାର୍ଥୀ ଚୟନ କାର୍ୟ୍ୟ ଚାଲୁ ରହିଛି । ଯୁଗୋପଯୋଗୀ କାରିଗରି ବିଦ୍ୟାର ସଫଳ ପ୍ରୟୋଗ PSC କରିଛି ପରୀକ୍ଷା ପଦ୍ଧତିରେ । ଫଳରେ ଚୟନ ପରୀକ୍ଷା ଫଳ ପ୍ରକାଶନର  ସମୟ ସୀମାକୁ କମାଇ    ଦିଆଯାଇପାରିଛି । ଏ ପରିକି ପ୍ରାର୍ଥୀମାନଙ୍କୁ online ମାଧ୍ୟମରେ ଆବେଦନ କରିବାକୁ ବ୍ୟବସ୍ଥା କରାଯାଇଅଛି ଏବଂ Notice ଶୀଘ୍ର ପହଞ୍ଚିବା ପାଇଁ SMS ଏବଂ email ଆଦିର ବେଶ୍ ସୁବିଧା ନିଆଯାଇ ଅଛି । ଏଣୁ OPSC ମଧ୍ୟ Technology ଗ୍ରହଣ କରିବାକୁ କେବେ ନିଜର ବିମୁଖତା ପଦର୍ଶନ କରିନାହିଁ । ସବୁବେଳେ ଚେଷ୍ଟା ଜାରି ରଖିଛି ପଦ୍ଧତିକୁ ଯେତେ ସମ୍ଭବ ଲୋକାଭିମୁଖୀ, ସ୍ବଚ୍ଛ, ଅବାଧ, ତ୍ରୁଟିଶୂନ୍ୟ ଏବଂ ତ୍ବରିତ କରାଇବାକୁ ।