ଗଞ୍ଜାମ ଗାଙ୍ଗପୁର ଆଇଆଇସିଙ୍କ ମୃତ୍ୟୁର ତଦନ୍ତ ଯେତେ ବିଳମ୍ବିତ ହେଉଛି, ସେତେ ଉଠୁଛି ପ୍ରଶ୍ନ, ବଢୁଛି ସନ୍ଦେହ

95
କନକ ବ୍ୟୁରୋ : ଗାଙ୍ଗପୁର ଆଇଆଇସି ଦେବ କୁମାର ଗମାଙ୍ଗଙ୍କ ମୃତ୍ୟୁର ତଦନ୍ତ ଯେତିକି ବିଳମ୍ବିତ ହେଉଛି, ସେତିକି ପ୍ରଶ୍ନସବୁ ସାମ୍ନାକୁ ଆସିବାରେ ଲାଗିଛି । ଆଇଆଇସି ମୃତ୍ୟୁ ଘଟଣାରେ ତିନି ଚାରୋଟି ଅଡିଓ କ୍ଲିପ୍ ଭାଇରାଲ ହେଉଛି । ଯେଉଁଥିରେ ଭଞ୍ଜନଗର ଏସଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ର, ଆଇଆଇସି ଦେବ କୁମାର ଗମାଙ୍ଗଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ବେଶ ଚିନ୍ତାରେ ଥିବାଭଳି ଜଣାପଡୁଛନ୍ତି । ସେ ବାରମ୍ବାର କହୁଛନ୍ତି ଗମାଙ୍ଗଙ୍କୁ ଛୁଟିରେ ନେଇ ଯାଆନ୍ତୁ ଏବଂ ସେ ଟିକେ ବିଶ୍ରାମ ନିଅନ୍ତୁ । ତାଙ୍କୁ ଡାକ୍ତରଙ୍କୁ ଦେଖାଇବାକୁ ପଡିବ । ହେଲେ ଏହି ଅଡିଓସବୁ କିଏ ଓ କହିଁକି ରେକର୍ଡ କଲେ, ତାକୁ ନେଇ ପ୍ରଶ୍ନ ଉଠୁଛି । କୁଆଡୁ ଆସିଲା ଏହି ଅଡିଓ କ୍ଲିପ? କିଏ ଏହାକୁ ଭାଇରାଲ କରୁଛି? ଏହାକୁ ଗଞ୍ଜାମ ପୁଲିସ ଭାଇରାଲ କରୁଛି କି? ଏବଂ କେବେ ଓ କାହିଁକି ରେକର୍ଡ ହୋଇଥିଲା ଏହି ଅଡିଓ? ଗଞ୍ଜାମ ପୁଲିସର ବରିଷ୍ଠ ଅଧିକାରୀଙ୍କ ସ୍ୱର ଥିବା ଏକାଧିକ ଅଡିଓ କ୍ଲିପ ଭାଇରାଲ ହେବା ପରେ ଏମିତି ଏକାଧିକ ପ୍ରଶ୍ନ ଏବେ ସାମନାକୁ ଆସୁଛି । କାରଣ ମୃତ ଆଇଆଇସିଙ୍କ ପରିବାର ଅଫଓ ତରଫରୁ ତାଙ୍କ ଉପରେ ମାନସିକ ଚାପ ଥିବା କଥା କହୁଥିଲେ ।
ଗାଙ୍ଗପୁର ଆଇଆଇସି ମୃତ୍ୟୁ
ଅନେକ ଅସମାହିତ ପ୍ରଶ୍ନ
– ପ୍ରାୟୋଜିତ ନୁହେଁ ତ ଭାଇରାଲ ହେଉଥିବା ଅଡିଓ କ୍ଲିପ୍?
– କିଏ ଓ କେଉଁ ଉଦ୍ଦେଶ୍ୟରେ ଭାଇରାଲ କରୁଛି ଅଡିଓ?
– ପୁର୍ବରୁ ବାରମ୍ବାର ଆସୁଥିବା ଏସପି ଘଟଣା ପରଠାରୁ କାହିଁକି ଗାଙ୍ଗପୁର ଥାନାରେ ପାଦ ପକାଇ ନାହାନ୍ତି?
– ଗଞ୍ଜାମ ଏସପି ଅଚାନକ ବୁଧବାରଠାରୁ ଛୁଟିରେ ଯାଇଛନ୍ତି କାହିଁକି?
– ମୃତ୍ୟୁ ପରେ ଗାଙ୍ଗପୁର ଆଇଆଇସିଙ୍କ କ୍ୱାର୍ଟର୍ସକୁ କାହିଁକି ସିଲ କରାଯାଇ ନାହିଁ?
– କାହିଁକି ସାଇଂଟିଫିକ ଟିମ୍ ତରବରିଆ ଭାବେ ତଦନ୍ତ କରି ଚାଲିଗଲେ?
– ତଦନ୍ତ ସମୟରେ ଗଣମାଧ୍ୟମକୁ କାହିଁକି ଦୂରେଇ ରଖାଗଲା?
– ନମୂନା ସଂଗ୍ରହ ପୂର୍ବରୁ ପାଣି ପକାଇ ଘଟଣାସ୍ଥଳରୁ ରକ୍ତ ଧୋଇ ଦିଆଗଲା କାହିଁକି?
– ଅନ୍ତ୍ୟେଷ୍ଟି ଓ ଦଶାହ ପୂର୍ବରୁ ଦେବ କୁମାରଙ୍କ ସ୍ତ୍ରୀ ଆସି ସବୁ ଜିନିଷପତ୍ର ନେଇଗଲେ କାହିଁକି?
– ରାତି ଅଧିଆ ଆସି ସମସ୍ତ ଆସବାବପତ୍ର ନେଇଯିବା ପଛରେ କିଛି ଚାପ ରହିଥିଲା କି?
– ରାତି ଅଧରେ ଫରେଷ୍ଟ ଗେଷ୍ଟ ହାଉସ ଭୋଜି ପଛର ରହସ୍ୟ କ’ଣ?
– ଭୋଜି ପରେ ଆଉ କେହି ତଦନ୍ତ କରିବାକୁ ଆସିନାହାନ୍ତି କାହିଁକି?
– ତଦନ୍ତଭାର ନେଇଥିବା ଏଚଆରପିସି ତାର ତଦନ୍ତ ରିପୋର୍ଟ ଦେଇସାରିଛି କି?