ଆଜି ଓଡିଆ ପରୀକ୍ଷା ଦେବେ ମାଟ୍ରିକ ଛାତ୍ରଛାତ୍ରୀ : ସୁନ୍ଦର ଅକ୍ଷର, ଶୁଦ୍ଧ ବନାନ ସହ ବ୍ୟାକରଣଗତ ଶୁଦ୍ଧି ରଖିବାକୁ ବିଶେଷଜ୍ଞଙ୍କ ପରାମର୍ଶ

127

କନକ ବ୍ୟୁରୋ : ଆଜି ମାଟ୍ରିକ ପରୀକ୍ଷାରେ ଓଡ଼ିଆ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ଓଡ଼ିଆ ପରୀକ୍ଷାକୁ ଅପେକ୍ଷାକୃତ କମ୍ ଗୁରୁତ୍ୱ ଦେଇଥାନ୍ତି ପରୀକ୍ଷାର୍ଥୀ । ମାତୃଭାଷା ହୋଇଥିବାରୁ ଏହା ସହଜ ଲାଗେ, ଆଉ ଏକ ଧାରଣା ହେଉଛି, ଓଡ଼ିଆ ଭାଷାରେ ଅଧିକ ମାର୍କ ଆଣିହୁଏ ନାହିଁ । ଏହି ମାନସିକତା ଯୋଗୁଁ ଓଡିଆରେ ଭଲ ନମ୍ବର ରଖିବାକୁ ଅସମର୍ଥ ହୋଇଥାନ୍ତି ଛାତ୍ରଛାତ୍ରୀ । ଯାହା ସମୁଦାୟ ମାର୍କ ଉପରେ ଏହାର ପ୍ରଭାବ ପଡିଥାଏ । ତେବେ ଶିକ୍ଷାବିତଙ୍କ ମତରେ ଓଡ଼ିଆରେ ବି ଭଲ ନମ୍ବର ରଖିବା ସମ୍ଭବ । ହେଲେ ସେଥିପାଇଁ ଅଧିକ ଯତ୍ନବାନ ହେବା ଉଚିତ ।

ପରୀକ୍ଷାର୍ଥୀଙ୍କ ପାଇଁ କ’ଣ ରହିଛି ସେମାନଙ୍କର ଟିପ୍ସ : –

ଓଡ଼ିଆ ପାଇଁ ଟିପ୍ସ
• ମାତୃଭାଷା ଓଡ଼ିଆରେ ଗୁରୁତ୍ୱପୂର୍ଣ୍ଣ ହେଉଛି ଶୁଦ୍ଧ ବନାନ ଏବଂ ସୁନ୍ଦର ଅକ୍ଷର
• ଓଏମଆର ପ୍ରଶ୍ନ ଲାଗି ପ୍ରତ୍ୟେକ ବିଷୟ ଉପରେ ଦକ୍ଷ ହେବାକୁ ପଡିବ
• ସଂକ୍ଷିପ୍ତ ଉତ୍ତର ମୂଳକ ପ୍ରଶ୍ନର ଉତ୍ତରରେ ଉପଯୁକ୍ତ ବିକଳ୍ପ ବାଛିବା
• ରଚନା, ପତ୍ରଲିଖନ କିମ୍ବା ଦରଖାସ୍ତ ଲେଖିବା ସମୟରେ ଉପଯୁକ୍ତ ଶଦ୍ଦର ବ୍ୟବହାର
• ଅନୁଚ୍ଛେଦକୁ ଭଲଭାବେ ବୁଝି ନିଜସ୍ୱ ଭାଷାରେ ଲେଖିବାକୁ ପରାମର୍ଶ
• ବିଷୟ ବାହାରୁ ଅଧିକ ଲେଖିଲେ ଅଧିକ ମାର୍କ ମିଳିବ, ଏହି ଧରଣାରୁ ଦୂରେଇ ରୁହନ୍ତୁ
• ଉତ୍ତର ଲେଖିସାରିବା ପରେ ପୁଣିଥରେ ଭଲ ଭାବେ ପଢ଼ନ୍ତୁ

ସାଧାରଣତଃ ଓଡିଆ ବିଷୟରେ ଛାତ୍ରଛାତ୍ରୀଙ୍କ ଦକ୍ଷତା ରହିଥାଏ, କିନ୍ତୁ ଏହାକୁ ସେମାନେ ପ୍ରତିପାଦିତ କରିପାରନ୍ତି ନାହିଁ । ସମ୍ମେଟିଭ ୧ ପରୀକ୍ଷା ଛାତ୍ରଛାତ୍ରୀମାନେ ପୂର୍ବରୁ ଦେଇସାରିଛନ୍ତ. ତେଣୁ ସମ୍ମେଟିଭ ୨ ପରୀକ୍ଷାରେ ଛାତ୍ରଛାତ୍ରୀମାନେ ବହୁତ ଭଲ କରିବେ, ଏହି ସକରାତ୍ମକ ଚିନ୍ତାଧାରା ନେଇ ପରୀକ୍ଷା କେନ୍ଦ୍ରକୁ ଯିବାକୁ ପରାମର୍ଶ ଦେଇଛନ୍ତି ଶିକ୍ଷାବିତ୍ ।