କାଲି ମୁହାଁମୁହିଁ ହେବେ ଓଡିଶା ଏଫସି-କେରଳା ବ୍ଲାଷ୍ଟର: କଳିଙ୍ଗଷ୍ଟାଡିୟମରେ ଦେଖିବାକୁ ମିଳିବ ଦମଦାର ମ୍ୟାଚ

64

କନକ ବ୍ୟୁରୋ: ଆସନ୍ତାକାଲି କଳିଙ୍ଗ ଷ୍ଟାଡିୟମରେ ମୁହାଁମୁହିଁ ହେବେ ଓଡ଼ିଶା ଏଫ୍. ସି ଓ କେରଲା ବ୍ଲାଷ୍ଟର । ଅକ୍ଟୋବର ୭ ତାରିଖରୁ ଆରମ୍ଭ ହେଇଥିବା ଆଇଏସଏଲର ଏହି ଟୁର୍ଣ୍ଣାମେଣ୍ଟରେ ଆସନ୍ତାକାଲି ଏହି ଦୁଇ ଦଳ ମୁହାଁମୁହିଁ ହେବେ । ଗୋଟିଏ ପଟେ କେରଲା ବ୍ଲାଷ୍ଟାର ଲଗାତାର ସମସ୍ତ ସଂସ୍କରଣରେ ଭଲ ପ୍ରଦର୍ଶନ କରି ଆସିଛି। ଅନ୍ୟପଟେ ଓଡ଼ିଶା ଏଫ୍.ସି ଘରୋଇ ଫିଲ୍ଡରେ ଭଲ ପ୍ରଦର୍ଶନ କରିବ ବୋଲି ଆଶା ରଖିଛି। ଚଳିତ ସଂସ୍କରଣ ପୂର୍ବରୁ ଦଳ କଳିଙ୍ଗ ଷ୍ଟାଡିୟମରେ ଅଭ୍ୟାସ କରିଥିଲା । ଏହି ସଂସ୍କରଣରେ ଉଭୟ ଦଳ ଦୁଇଟି ଲେଖାଏଁ ମ୍ୟାଚ୍ ଖେଳି ଗୋଟିଏ ଲେଖାଏଁ ବିଜୟ ହାସଲ କରିଛନ୍ତି ।