ସରକାର ମୋତେ ସାହା ହୁଅ… ମୋ କୁନି ପୁଅକୁ ବଞ୍ଚାଇ ଦିଅ !

ନବୀନ ନିବାସ ସାମ୍ନାରେ ଧାରଣା ଦେଲେ ପୂରା ପରିବାର

209

କନକ ବ୍ୟୁରୋ : ଜୀବନ ଓ ମୃତ୍ୟୁ ଭିତରେ ରହିଛି ମାତ୍ର ୪ମାସ । ମେରୁଦଣ୍ଡ ମାଂସପେଶୀ ଅଟ୍ରୋଫି ବା ଏସଏମଏ ରୋଗରେ ପୀଡିତ ହୋଇଛି ଏହି ୧୯ମାସର ଶିଶୁ ରାଜବୀର ରଣା । ଇଞ୍ଜେକସନ ନମିିଳିଲେ ଆସନ୍ତା ୪ମାସ ଭିତରେ ଆଖି ବୁଜିଦେଇପାରନ୍ତି ଫୁଲବାଣୀର ରାଜବୀର ରଣା । ଜୋଲ-ଗେନ୍ସମା ଇଞ୍ଜେକସନ ତାଙ୍କର ଜୀବନ ବଂଚାଇପାରେ ।

ତେବେ ଏହି ଇଞ୍ଜେକସନ ପାଇଁ ଆବଶ୍ୟକ ୧୬କୋଟି ଟଙ୍କା । ଦେଶର କୋଣ ଅନୁକୋଣରୁ ଆର୍ଥିକ ସାହାଯ୍ୟ ମିଳୁଥିଲେ ବି ୧୬କୋଟି ଟଙ୍କା ଯୋଗାଡ କରିବା ଅସମ୍ଭବ ହୋଇପଡୁଛି । ତେଣୁ ଆର୍ଥିକ ସାହାଯ୍ୟ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ରାଜବୀରଙ୍କ ବାପା, ମାଆ ନିବେଦନ କରିଛନ୍ତି । ଏବେ ନବୀନ ନିବାସ ସାମ୍ନାରେ ଧାରଣାରେ ବସିଛନ୍ତି ରାଜବୀରଙ୍କ ପରିବାର । ଆର୍ଥିକ ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଗତ ୨୯ତାରିଖ ଦିନ ଆବେଦନ କରିଥିଲେ  ରାଜବୀରଙ୍କ ବାପା, ମାଆ ।