ସ୍ୱାସ୍ଥ୍ୟ ସେବାରେ ରାଜ୍ୟସରକାରଙ୍କ ଆଉ ଏକ ମାଇଲ ଖୁଣ୍ଟ । ୩୫୮ ଏଲୋପାଥିକ୍, ୧୧୬ ହୋମିଓପାଥିକ ମେଡିକାଲ ଅଫିସର ଓ ୧୬ ହୋମିଓପାଥିକ୍ ଅଧ୍ୟାପକଙ୍କୁ ମିଳିଲା ନିଯୁକ୍ତି

262

କନକ ବ୍ୟୁରୋ : ରାଜ୍ୟ ସରକାର ସ୍ୱାସ୍ଥ୍ୟସେବା କ୍ଷେତ୍ରର ଉନ୍ନତି ପାଇଁ ପୁଣିଏକ ପଦକ୍ଷେପ ନେଇଛନ୍ତି । ଏହି କ୍ରମରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରେ ରାଜ୍ୟରେ ୩୫୮ ଜଣ ଏଲୋପାଥିକ ମେଡିକାଲ ଅଫିସର, ୧୧୬ ଜଣ ହୋମିଓପାଥିକ୍ ମେଡିକାଲ ଅଫିସର ସମେତ ୩୬ ଜଣ ହୋମିଓପାଥିକ ଅଧ୍ୟାପକଙ୍କୁ ନିଯୁକ୍ତି ଦିଆଯାଇଛି । ଲୋକସେବା ଭବନର ସମ୍ମିଳନୀ କକ୍ଷରେ ଏନେଇ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ପ୍ଲାଟଫର୍ମରେ ଏହି ମେଡିକାଲ ଅଫିସର ଓ ଅଧ୍ୟାପକମାନଙ୍କୁ ନୂତନ ନିଯୁକ୍ତି ପତ୍ର ବାଣ୍ଟିଥିଲେ । ମୁଖ୍ୟମନ୍ତ୍ରୀ ସେମାନଙ୍କ ବୃତ୍ତିକୁ ସୁସ୍ଥ ଓଡିଶା-ସୁଖୀ ଓଡିଶା ପାଇଁ ଏକ ମିଶନ କରିବାକୁ ଆହ୍ୱାନ ଦେଇଥିଲେ । ମୁଖ୍ୟମନ୍ତ୍ରୀ କହିଛନ୍ତି କି ଏତେ ସଂଖ୍ୟକ ମେଡିକାଲ ଅଫିସର ନିଯୁକ୍ତି ରାଜ୍ୟର ସ୍ୱାସ୍ଥ୍ୟ ସେବାକୁ ଅଧିକ ସୁଦୃଢ ଏବଂ ପ୍ରଭାବଶାଳୀ କରିବାରେ ନିଶ୍ଚିନ୍ତ ସହାୟକ ହେବ । ଏହା ସରକାରୀ ମେଡିକାଲ ଉପରେ ନିର୍ଭର କରୁଥିବା ଲୋକଙ୍କ ପାଇଁ ନିଶ୍ଚିନ୍ତ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକଟ କରିଛନ୍ତି ।

ସୁସ୍ଥ ଓଡିଶା-ସୁଖୀ ଓଡିଶା ଆମର ମିଶନ ଏବଂ ପ୍ରତ୍ୟେକ ଜୀବନ ଆମପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ସରକାରଙ୍କ ଉର୍ଦ୍ଦେଶ୍ୟ ହେଉଛି ଓଡିଶାର ୪.୫ କୋଟି ଲୋକଙ୍କୁ ଗୁଣାତ୍ମକ ଏବଂ ସୁଲଭ ମୂଲ୍ୟରେ ସ୍ୱାସ୍ଥ୍ୟସେବା ଯୋଗାଇଦେବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ, ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ୫ଟି ସଚିବ ଭି.କେ ପାଣ୍ଡିଆନ, ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ଧଳ ପ୍ରମୁଖ ଉପସ୍ଥିତ ଥିଲେ ।