ଛତିଶଗଡ଼ ପାଣିରେ ବୁଡିଲା ଓଡିଶା ଚାଷ । ଘୁମୁରା ଡ୍ୟାମ ଖୋଲିବାରୁ ନବରଙ୍ଗପୁର ଚନ୍ଦାହାଣ୍ଡି ତେଲନଦୀ ନଇପଠାରେ ଉଜୁଡିଗଲା ପରିବା ଫସଲ ।

102

କନକ ବ୍ୟୁରୋ : ଛତିଶଗଡ଼ ରାଜ୍ୟର ପୁଣି ଦାଦାଗିରି, ମହାନଦୀର ପାଣି ଅଟକାଇ ନାଲି ଆଖି ଦେଖାଉଥିବା ବେଳେ ନବରଙ୍ଗପୁର ଜିଲ୍ଲାର ଚାନ୍ଦାହାଣ୍ଡି ବ୍ଲକ ଗମ୍ଭାରିଗୁଡ଼ା ପଞ୍ଚାୟତର ଚାଷୀ କ୍ଷତିଗ୍ରସ୍ତ ହୋଇଛନ୍ତି। ଛତିଶଗଡ଼ ରାଜ୍ୟ ଆମଲିପଦର୍ ପଞ୍ଚାୟତର ଘୁମୁରାପଦର୍ ଡେମ୍ ର ପାଣି ଛାଡିଦେବାରୁ ଗମ୍ଭାରିଗୁଡା ପଞ୍ଚାୟତର ଖପରଡିହି, ଖଇରଭାଡି ଆଦି ଗ୍ରାମର ଚାଷୀମାନଙ୍କ ନଦୀ ପଠା ରେ କରିଥିବା ପ୍ରାୟ କୋଡିଏ ଏକର ଜମି ର ପନିପରିବା ଚାଷ ସମ୍ପୂର୍ଣ ଭାବେ ନଷ୍ଟ ହୋଇ ଯାଇଛି।

ଛତିଶଗଡ ପାଣିରେ ନଷ୍ଟ ହୋଇଗଲା ଓଡିଶା ଫସଲ । ତେଲନଦୀ ଅବବାହିକାରେ ପନିପରିବା ଚାଷ କରନ୍ତି ନବରଙ୍ଗପୁର ଚନ୍ଦାହାଣ୍ଡିର ଚାଷୀ । ସବୁ ବର୍ଷ ଭଳି ଏ ବର୍ଷ ବି ପନିପରିବା, ତରଭୁଜ ଚାଷ କରିଥିଲେ । ଫସଲ ଫଳିବା ସମୟରେ ତେଲ ନଦୀ ଉପର ମୁଣ୍ଡରେ ଛତିଶଗଡ କରିଥିବା ଘୁମୁରା ଡ୍ୟାମ୍ରୁ ପାଣି ଛାଡିବାରୁ ଚନ୍ଦାହାଣ୍ଡି ଚାଷୀଙ୍କ ଫସଲ ନଷ୍ଟ ହୋଇଯାଇଛି ।

କରୋନା ମହାମାରୀ ଯୋଗୁଁ ଚାଷୀ କ୍ଷତି ସହିଥିବା ବେଳେ ଏବେ ଛତିଶଗଡ ଦାଦାଗିରିର ଶିକାର ହୋଇଛନ୍ତି । ଘୁମୁରା ଡ୍ୟାମ୍ ପାଣିରେ ଫସଲ ନଷ୍ଟ ହୋଇଯିବା ପରେ ଚିନ୍ତାରେ ପଡିଥିବା ଚାଷୀ କ୍ଷତିପୂରଣ ପାଇଁ ପ୍ରଶାସନକୁ ନିବେଦନ କରିଛନ୍ତି ।

ଅନେକ ସମୟରେ ସୀମାନ୍ତବର୍ତୀ ଗାଁ ଗୁଡିକରେ ପଡୋଶୀ ରାଜ୍ୟ ଦବଙ୍ଗଗିରି ଦେଖାଉଛନ୍ତି । କେତେବେଳେ ପାଣି ଅଟକାଉଛି ତ ଆଉ କେତେବେଳେ ପାଣି ଛାଡି ଚାଷୀଙ୍କ ସୁନାର ଫସଲକୁ ଉଜାଡି ଦେଉଛି ।