ଇଂଲଣ୍ଡକୁ ଧରାଶାୟୀ କଲା ଅକ୍ଷର-ଅଶ୍ୱିନ ଯୋଡି । ଦ୍ୱିତୀୟ ଇଂନିସରେ ୮୧ ରନରେ ଅଲଆଉଟ ହେଲା ଇଂଲଣ୍ଡ । ଭାରତ ଆଗରେ ବିଜୟ ଲକ୍ଷ୍ୟ ୪୯ ରନ ।

133

କନକ ବ୍ୟୁରୋ : ଭାରତ-ଇଂଲଣ୍ଡ ତୃତୀୟ ଟେଷ୍ଟରେ ଭାରତର ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଛି । ଏହି ଟେଷ୍ଟ ମ୍ୟାଚରେ ଭାରତୀୟ ସ୍ପିନରଙ୍କ ଯାଦୁ ଦେଖିବାକୁ ମିଳିଛି । ଅକ୍ଷର ପଟେଲ ଓ ଅଶ୍ୱିନଙ୍କ ଦମଦାର ବୋଲିଂରେ ଧରାଶାୟୀ ହୋଇଛି ଇଂଲଣ୍ଡ । ମାତ୍ର ୮୧ ରନରେ ଅଲଆଉଟ ହୋଇଛି ଇଂଲଣ୍ଡ ଦଳ । ଭାରତ ପକ୍ଷରୁ ଅକ୍ଷର ୫ ଓ ଅଶ୍ୱିନ ୪ ୱିକେଟ ନେଇଥିଲେ ।

ଭାରତ-ଇଂଲଣ୍ଡ ମଧ୍ୟରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଛି ଡେ ନାଇଟ ଟେଷ୍ଟ ମ୍ୟାଚ । ଏହି ମ୍ୟାଚରେ ପ୍ରଥମେ ଟସ ଜିତି ଇଂଲଣ୍ଡ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଆଉ ଇଂଲଣ୍ଡ ବି ପ୍ରଥମ ଇଂନିସରେ ୧୧୨ ରନରେ ଅଲ ଆଉଟ ହୋଇଥିଲା । ଇଂଲଣ୍ଡ ପକ୍ଷରୁ ଜ୍ୟାକ କ୍ରଲି ୫୩ ରନ କରିଥିଲେ ।

ଭାରତର ପ୍ରଥମ ଇଂନିସରେ ରୋହିତ ୬୬, ଗିଲ ୧୧, କୋହଲି ୨୭, ଅଶ୍ୱିନ ୧୭ ଓ ଇଶାନ୍ତ ୧୦ ରନ କରିଥିଲେ । ଫଳରେ ଦଳ ୧୪୫ ରନ କରିଥିଲା । ସେହପରି ଏହି ଇଂନିସରେ ଇଂଲଣ୍ଡ ପକ୍ଷରୁ ରୁଟ ୫ ଓ ଜ୍ୟାକ ଲେହ ୪ଟି ୱିକେଟ ନେଇଥିଲେ ।