ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ମୁଖ୍ୟ ଅଙ୍ଗରକ୍ଷୀ ଓଡ଼ିଆ ପୁଅ : କଟକ ଜିଲ୍ଲା କଣ୍ଟାପଡା ଶଙ୍ଖୁଆ ଗାଁରେ ଘର

1,528

କନକ ବ୍ୟୁରୋ : ପଞ୍ଚଦଶ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ମୁଖ୍ୟ ଅଙ୍ଗରକ୍ଷୀ ଅଛନ୍ତି ଓଡ଼ିଆ ପୁଅ ଷ୍ଟାଲିନ୍ ମହାନ୍ତି । କଟକ ଜିଲ୍ଲା କଣ୍ଟାପଡା ଶଙ୍ଖୁଆ ଗାଁରେ ତାଙ୍କ ଘର । ୨୦୦୪ରେ ଇଣ୍ଡିଆନ ମିଲିଟାରୀ ଏକାଡେମୀରୁ ପାସ୍ କରିବା ପରେ ସେନାରେ ସାମିଲ ହୋଇଥିଲେ ଷ୍ଟାଲିନ୍ ମହାନ୍ତି । ପ୍ରେସିଡେନସିଆଲ୍ ଅନରରେ ସମ୍ମୁଖ ଭାଗରେ ରହି କମାଣ୍ଡ ଦେଉଥିଲେ ଷ୍ଟାଲିନ୍ । ପୁଅର ଏପରି କାର୍ଯ୍ୟ ପାଇଁ ଗର୍ବ କରିବା ସହ ତାଙ୍କୁ ଦିଆଯାଇଥିବା ଦାୟିତ୍ୱ ସେ ସୂଚାରୁ ରୂପେ ତୁଲାଇ ପାରିବ ବୋଲି କହିଛନ୍ତି ଷ୍ଟାଲିନଙ୍କ ମା’ ।