କାମାକ୍ଷାନଗର ମହିମା ଗାଦିରେ ପାଳନ ହେଲା ନୂଆଁଖାଇ: ନୂଆ ଚୁଡାରେ ନବାନ୍ନ ପ୍ରସ୍ତୁତ କରି ଶୂନ୍ୟ ଠାକୁରଙ୍କୁ କଲେ ଅର୍ପଣ 

62

କନକ ବ୍ୟୁରୋ: କେବଳ ପଶ୍ଚିମ ଓଡିଶା ନୁହେଁ ରାଜ୍ୟର ଅନ୍ୟସ୍ଥାନ ମାନଙ୍କରେ ମଧ୍ୟ ଆଜି ନୂଆଁଖାଇ ପାଳନ ହୋଇଛି । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରର ମହିମାଧର୍ମବଲମ୍ବୀ ମାନେ ମଧ୍ୟ ନୂଆଁଖାଇ ପର୍ବ ପାଳନ କରିଛନ୍ତି । କରୋନା ପାଇଁ କିଛି ବର୍ଷ ଏହି ପର୍ବ ଫିକା ପଡିଥିଲା । ହେଲେ ଏବର୍ଷ ସ୍ଥିତି ସ୍ୱାଭାବିକ ହେବା ପରେ ନୂଆ ଚୁଡାରେ ନବାନ୍ନ ପ୍ରସ୍ତୁତ କରି ଅମୁଣିଆ ମଣ୍ଡପ ଠାରେ ଶୂନ୍ୟ ଠାକୁର ଅଲେଖ ମହିମାଙ୍କୁ ଅର୍ପଣ କରାଯାଇଛି । ମହିମା ଧର୍ମ ସାଧୁଙ୍କ ଆଶୀର୍ବାଦ ନେଇ ପରିବାରର ଆରୋଗ୍ୟ କାମନା କରିଛନ୍ତି ଭକ୍ତ ।  କାମାକ୍ଷାନଗରରେ ଥିବା ମହିମା ଗାଦିରେ ଏହି ଗଣପର୍ବକୁ ଜିଲ୍ଲା ତଥା ଜିଲ୍ଲା ବାହାରୁ ଭକ୍ତ ଆସିଥାନ୍ତି । ପରେ ସମସ୍ତ ଭକ୍ତ , ସାଧୁ, ସନ୍ଥମାନେ ଏକାଠି ନବାନ୍ନ ଗ୍ରହଣ କରିଥାନ୍ତି ।  ବିଶ୍ୱର କଲ୍ୟାଣ ହେଉ ବୋଲି ସାଧୁମାନେ ଅଲେଖ ମହିମାଙ୍କ ନିକଟରେ ପ୍ରାର୍ଥନା କରିଥିଲେ ।