ସକାଳୁ ସକାଳୁ ହଠାତ୍ ଚାଷ ଜମିିରେ ମାଡିଗଲା ପାଣି: କାମାକ୍ଷାନଗର ରାମିଆଳ ବାମ କେନାଲରେ ୩୦ ଫୁଟର ଘାଇ

74

କନକ ବ୍ୟୁରୋ: ହଠାତ୍ କେନାଲରେ ହୋଇଗଲା ଘାଇ, ସକାଳୁ ସକାଳୁ ଚାଷ ଜମିରେ ମାଡିଗଲା ପାଣି । ରାମିଆଳ ବାମ କେନାଲରେ ଘାଇ ହେବାରୁ ଜଳମଗ୍ନ ହୋଇଛି ଚାଷଜମି । ପ୍ରାୟ ୩୦ ଫୁଟ ଉପରେ ଘାଇ ହୋଇଛି । ଢ଼େଙ୍କାନାଳ କଙ୍କଡ଼ାହାଡ଼ ବ୍ଳକ ରାମିଆଳ ବାମ କେନାଲର ସଶାପସି ଡ଼ଙ୍କାପାଳ ମଧ୍ୟରେ ଥିବା କୁଶବେରଣା ନିକଟରେ ଘାଇ ହେବାରୁ ଜମିଗୁଡ଼ିକରେ ପାଣି ମାଡି ଯାଇଛି । କୃତ୍ରିମ ବନ୍ୟା ଭଳି ସ୍ଥିତି ହୋଇଛି । ଆଜି ସକାଳୁ ମୁଖ୍ୟ କେନାଲରେ ୩୦ ଫୁଟର ଘାଇ ହେବାରୁ ତଳି ଅଂଚଳରେ ଧାନ ଫସଲ ଏବେ ଜଳମଗ୍ନ ହୋଇଛି । ତେବେ କେନାଲ ବନ୍ଧରେ ନିମ୍ନମାନର କାମ ପାଇଁ ଏଭଳି ଘାଇ ହୋଇଥିବା ଚାଷୀ ଅଭିଯୋଗ କରିଛନ୍ତି । ତେଣୁ ଚାଷ ବଂଚାଇବା ପାଇଁ ତୁରନ୍ତ କେନାଲ ଘାଇ ମରାମତି କରିବାକୁ ଦାବି ହୋଇଛି ।